ବଦାନ୍ୟତା ଦେଖାଇଲେ ଅବସରପ୍ରାପ୍ତ ସିବିଆଇ ଅଫିସର, ଟ୍ରଷ୍ଟକୁ ଦାନ କରିଦେଲେ ନିଜର ଘର ଓ ଜମି

Published By : Prameya-News7 Bureau | November 08, 2024 IST

ନୂଆଦିଲ୍ଲୀ ୦୮।୧୧: ଅନେକ ସମୟରେ ଶୁଣିବାକୁ ମିଳେ ଧନୀ ବ୍ୟକ୍ତି ଦାନ କରିଛନ୍ତି । ଏମିତିକି ଏମାନଙ୍କ ନାଁ ଖୁବ୍ ଚର୍ଚ୍ଚାରେ ରହିଥାଏ । କିନ୍ତୁ ବହୁତ କ୍ବଚିତ୍‌ ଶୁଣିବାକୁ ମିଳେ କି କୌଣସି ଅବସରପ୍ରାପ୍ତ ଚାକିରୀଆ ନିଜର ସବୁକିଛି ଦାନ କରିବା । ଖାସ୍‌ କରି ଦେଶସେବାରେ ରହିଥିବା ବ୍ୟକ୍ତି । ଏବେ ଏପରି ଏକ ପୁଣ୍ୟକାମ କରିଛନ୍ତି ଜଣେ ଅବସରପ୍ରାପ୍ତ ସିବିଆଇ ଅଧିକାରୀ । ସେ ବିନା କୌଣସି ସ୍ବାର୍ଥରେ ଏକ ଟ୍ରଷ୍ଟକୁ ଦାନ କରିଦେଇଛନ୍ତି ନିଜର ଘର ଓ ଜମି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଏନ ସୁରେନ୍ଦ୍ରନ । ସେ କେରଳର ବାସିନ୍ଦା । ସୁରେନ୍ଦ୍ରନ ଜଣେ ଅବସରପ୍ରାପ୍ତ ସିବିଆଇର ଅତିରିକ୍ତ ଏସପି । 

ସେ ପାଥନାପୁରମରେ ଥିବା ଗାନ୍ଧୀ ଭବନ ଟ୍ରଷ୍ଟକୁ ନିଜର ୪୭ ଏକର ଜମି, ପୁଥିଆ ଭେଦୁ ତାଙ୍କ ଘରକୁ ଅନୁଷ୍ଠାନକୁ ଦେଇଛନ୍ତି । ଦାନ କରିଥିବା ଜମିରେ ନୂଆ ଗାନ୍ଧୀ ଭବନ ବିଲ୍ଡିଂ ତିଆରି ହେବ । ତେବେ ଏହାକୁ  ନେଇ ସୁରେନ୍ଦ୍ରନ କହିଛନ୍ତି କି ମଣିଷର ମୃତ୍ୟୁ ପରେ ସେ ସାଥୀରେ କିଛି ନେଇ ଯାଇନଥାଏ । ସମ୍ପତି ଟଙ୍କାର କଣ ବା ମୂଲ୍ୟ ? ତେଣୁ ସେ ଚାହାଁନ୍ତି ତାଙ୍କ ପରେ ଏ ସମ୍ପତି ଲୋକଙ୍କ ହିତରେ ଆସୁ ।

ଗାନ୍ଧୀ ଭବନ ସହ ସୁରେନ୍ଦ୍ରନଙ୍କର ୧୦ ବର୍ଷର ସମ୍ପର୍କ । ସିବିଆଇରେ ଯୋଗ ଦେବା ପୂର୍ବରୁ ସୁରେନ୍ଦ୍ରନ ଗାନ୍ଧୀ ଭବନ ସେକ୍ରେଟେରୀଙ୍କୁ ଭେଟିଥିଲେ । ୧୫ ବର୍ଷ ଧରି ସେ ଭାରତୀୟ ବାୟୁ ସେନାରେ ସାମିଲ ହୋଇଥିଲେ । ସିବିଆଇରେ କାମ କରିବା ସମୟରେ ତାଙ୍କ ନାଁରେ ଅନେକ ହାଇ-ପ୍ରୋଫାଇଲ୍‌ ମାମଲା ସାମିଲ ରହିଛି । ଜଣେ ଦକ୍ଷ ତଦନ୍ତକାରୀ ଅଧିକାରୀ ଭାବେ ସେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.