ଭୁବନେଶ୍ବର ୫।୧୧: ବାତ୍ୟା 'ଦାନା' କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ରିପୋର୍ଟ ଅନୁଯାୟୀ ବାତ୍ୟା ପ୍ରଭାବରେ ୬୧୬ କୋଟି ୧୯ ଲକ୍ଷ ୩୦ ହାଜର ଟଙ୍କା କ୍ଷୟକ୍ଷତି ହୋଇଛି । ୧୪ ଜିଲ୍ଲାର ୧୬୬ ବ୍ଲକ୍ ମଧ୍ୟରୁ ୧୩୧ ବ୍ଲକ୍ ପ୍ରଭାବିତ ହୋଇଛି । ୧୧୬୩୭ ଗାଁ ପ୍ରଭାବିତ ହୋଇଛି । ୪୧ ଲକ୍ଷ ୪ ହାଜର ଲୋକ ପ୍ରଭାବିତ ହୋଇଛନ୍ତି । ୩,୬୨,୯୩୫.୩୭ ହେକ୍ଟର ଜମି ପ୍ରଭାବିତ ହୋଇଛି । ଫସଲ ପ୍ରଭାବିତ ଅଞ୍ଚଳ ୧,୭୨,୩୫୬.୮୧ ହେକ୍ଟର ଜମି । ୮,୨୯୨.୮୨ ଲକ୍ଷ ଫସଲ ହେକ୍ଟର ଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି । ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଥିଲେ କ୍ଷତିପୂରଣ ଇନପୁଟ୍ ସବସିଡି ଭିତରକୁ ଆସିବ । ୮୭୮୫୫.୪୭ ହେକ୍ଟର ଜମିରେ ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଛି । ୮୨ କୋଟି ୯୨ ଲକ୍ଷ ୮୨ ହାଜର ଟଙ୍କାର ଫସଲ ନଷ୍ଟ ହୋଇଛି । ୧୬୪୧୭ ଘର ଆଂଶିକ ବା ସଂପୂର୍ଣ୍ଣ ପ୍ରଭାବିତ ହୋଇଛି । ୨୧ କୋଟି ୩୨ ଲକ୍ଷ ଟଙ୍କାର ଘର କ୍ଷତି ହୋଇଛି ।
କୃଷି, ଶକ୍ତି, ପଞ୍ଚାୟତିରାଜ, ସ୍କୁଲ ଏବଂ ଗଣ ଶିକ୍ଷା ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପାନୀୟ ଜଳ ବିଭାଗର କ୍ଷତି ହୋଇଛି । ଏହିସବୁ ବିଭାଗରେ ୫୧୨ କୋଟି ୨୬ ଲକ୍ଷ ୧୬ ହାଜର ଟଙ୍କା କ୍ଷତି ହୋଇଛି । ବାତ୍ୟା ସମୟରେ ରିଲିଫ, ଖାଇବା, ମେଡିକାଲ ସେବା ଓ ଅନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ୨୩ କୋଟି ୭୩ ଲକ୍ଷ ୭୬ ହାଜର ଟଙ୍କା ଖର୍ଚ୍ଚ ହୋଇଛି । ମୋଟ୍ ୬୧୬ କୋଟି ୧୯ ଲକ୍ଷ ୩୦ ହାଜର ଟଙ୍କା କ୍ଷତି ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଦିନେ ଦୁଇ ଦିନ ଭିତରେ ଜିଲ୍ଲା ଗୁଡ଼ିକୁ କ୍ଷତିପୂରଣ ରାଶି ପଠାଯିବ । ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ରାଶି ତୁରନ୍ତ ଦେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗ ମାନଙ୍କୁ ମଧ୍ୟ କ୍ଷତିପୂରଣ ରାଶି ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
You Can Read: