ନୂଆଦିଲ୍ଲୀ ୨୭/୦୨: କଂଗ୍ରେସ ବରିଷ୍ଠ ନେତା ତଥା କେରଳର ସାଂସଦ । ଶଶୀ ଥରୁର ରାଜନୀତିର ଚର୍ଚ୍ଚିତ ଚେହେରା । ସେ ଲଭ୍ ଲାଇଫ୍ ହେଉ ବା ରାଜନୀତି । ବେଳେବେଳେ ଚର୍ଚ୍ଚା ହୁଏ ଆଫେୟାର୍ସ କୁ ନେଇ । ଏବେ କିନ୍ତୁ ସେ ଲାଇମଲାଇଟ୍ରେ ଦଲ ପରିବର୍ତ୍ତନ କରିବା ନେଇ । କୁହାଯାଉଛି କି, ଖୁବ୍ ଶୀଘ୍ର ସାମିଲ ହେବେ ବିଜେପିରେ ।
କଂଗ୍ରେସରେ ଅସନ୍ତୋଷ ହେବା ପରେ ଛାଡିପାରନ୍ତି ଦଳ । ଆହୁରି ବି ବିବାହକୁ ନେଇ ଉଠିଛି ଝଡ । ଖାସ କରି ମୋଦୀଙ୍କ ଆମେରିକା ଗସ୍ତ ସମ୍ପର୍କରେ ଦେଇଥିବା ବୟାନକୁ ନେଇ କଂଗ୍ରେସ ନେତା ତାଙ୍କ ଉପରେ ଖୁସି ନାହାନ୍ତି । ସେଇଥିଲାଗି ତ ଦିଲ୍ଲୀଗସ୍ତ କରି ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ । ବନ୍ଦ କଠୋରୀରେ ଏହି ଆଲୋଚନା ଥିଲା ଅତି ଗୁରୁତ୍ବପୂର୍ଣ୍ଣ ।
କଂଗ୍ରେସରେ ଅଣନିଶ୍ବାସୀ କି ଶଶୀ ? ଚଳାଉଛନ୍ତି କି ରାଜନୈତିକ ଗୋଟି ? ବିଜେପିରେ ମିଶିବେ କି ଶଶୀ ଥରୁର? ଆଉ ଯଦି ଦଳ ବଦଳାଇବେ, ତେବେ ସଂସଦରୁ ହରାଇବେ ସଭ୍ୟପଦ । ତେଣୁ ଏବେ ବଦଳାଇବେ ନା ନିର୍ବାଚନକୁ ଅପେକ୍ଷା କରିବେ ସେନେଇ ବି ଆଲୋଚନା ହେଉଛି । ଦଳୀୟ ନେତୃତ୍ବଙ୍କ ଉପରେ ବି ନାଖୁସ ଶଶୀ । ପରୋକ୍ଷରେ ବି କହିଲେଣି ହାତ ଦଳରେ କିଛି ନାହିଁ ଭବିଷ୍ୟତ । ଶଶୀଙ୍କ କହିବା କଥା ପ୍ରତି ରାଜନୈତିକ ଦଳର ରହିଛି ଇତିହାସ । ଯଦି କୌଣସି ଦଳକୁ ଆପଣ ବିଶ୍ବାସ କରୁନାହାନ୍ତି ଏହା ଆଦୌ ଶୁଭଙ୍କର ନୁହେଁ ।
ସେହିପରି ବିଜେପିକୁ ନେଇ ଶଶୀ ଥରୁରଙ୍କ ମନ୍ତବ୍ୟ ଥିଲା ବି ସେମିତି କିଛି । ଶଶୀ କହିଛନ୍ତି ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶ ଅଲଗା । ଗତ ଦୁଇ ନିର୍ବାଚନରେ ସିପିଆଇଏମ୍ କେରଳରେ ନିଜର ଦବଦବା ଜାହିର କରିଛି । କଂଗ୍ରେସ କେରଳରେ ପ୍ରତି ବ୍ଲକ୍ରେ ସଂଗଠନ କରିଛି । ପ୍ରତି କର୍ମୀଙ୍କ ସହ ନେତା ଯୋଡି ହୋଇ ରହିଛନ୍ତି । ଆମ ପାଖରେ ନେତାଙ୍କ କମିଥାଇପାରେ ହେଲେ କାର୍ଯ୍ୟକର୍ତ୍ତାଙ୍କର ଆଦୌ କମିନାହିଁ । ହେଲେ ଭାରତକୁ ହିନ୍ଦୁ ରାଷ୍ଟ୍ର କରିବାକୁ ବିଜେପି ଯେଉଁ ଗୋଟି ଚଳାଇଛି ତାହା ଆଦୌ ଠିକ୍ ନୁହେଁ ବରଂ ଏହା ସମ୍ବିଧାନ ବିରୋଧୀ ବୋଲି ଶଶୀ କହିବାକୁ ପଛାଇନାହାନ୍ତି ।
ଆହୁରି ବି ଶଶୀଙ୍କ ବିବାହ ନେଇ ଚର୍ଚ୍ଚା ଢେର । କେରଳର ସାଂସଦଙ୍କ କହିବା କଥା ବିଗତ ୧୦ ବର୍ଷ ହେଲ ମୁଁ ଏକା ରହିଛି। ଦ୍ବିତୀୟ ବିବାହ କରିବାର ପ୍ରଶ୍ନ ଆଦୌ ଉଠୁନାହିଁ । ମୋ ଜୀବନରେ ଅନେକ ଅନୁଭବ ରହିଛି । ଅବଶ୍ୟ ମାଆ ତାଙ୍କୁ ଅନେକ ସମୟରେ ଦ୍ବିତୀୟ ବିବାହ କରିବାକୁ ବାଧ୍ୟ କରିଛନ୍ତି । କିନ୍ତୁ ଏବେ ସେ ଯେଉଁ ଅବସ୍ଥାରେ ଅଛନ୍ତି ଖୁସିରେ ଅଛନ୍ତି । ବିବାହ କରି ସେ ବନ୍ଧନରେ ବାନ୍ଧିହେବାକୁ ଚାହାଁନ୍ତିନି ।
୨୦୧୪, ଜାନୁଆରୀ ୧୭ରେ ଶଶୀଙ୍କ ଧର୍ମପତ୍ନୀ ସୁନନ୍ଦାଙ୍କ ମୃତ୍ୟୁ ସମ୍ପର୍କରେ ଖବର ଆସିଥିଲା । ଏକ ହୋଟେଲରୁ ତାଙ୍କ ମୃତଦେହ ମିଳିଥିଲା । ସେହି ସମୟରେ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ, ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସହ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଉପସ୍ଥିତ ଥିଲେ । ସୁନନ୍ଦାଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କୁ ଦୋଷୀ ବୋଲି କୁହାଯାଉଥିଲା ହେଲେ ସେ ଦୋଷମୁକ୍ତ ହୋଇଥିଲେ । ଏହାରି ଭିତରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ କି ଯଥାଶୀଘ୍ର ହାତକୁ ଦିହାତ ହେବେ ଶଶୀ ।