ଦିଲ୍ଲୀର ସାଥ୍ ଛାଡିବେ ପନ୍ତ ! RCB ପାଇଁ ଖେଳିବେ ଋଷଭ ? ନିଜେ ଖୁଲାସା କଲେ ବ୍ୟାଟର

Published By : Prameya-News7 Bureau | September 29, 2024 IST

ନୂଆଦିଲ୍ଲୀ ୨୯।୦୯ : ଟିମ୍‌ ଇଣ୍ଡିଆର ଷ୍ଟାର ଓ୍ବିକେଟ କିପର ବ୍ୟାଟସମ୍ୟାନ । ଦୁର୍ଘଟଣା ପରେ କରିଛନ୍ତି ଜବରଦସ୍ତ କମବ୍ୟାକ୍‌ । ସେ ଟିମ୍‌ ଇଣ୍ଡିଆ ଏବଂ ଆଇପିଏଲ୍‌ରେ ମଧ୍ୟ ଦେଖାଉଛନ୍ତି ନିଜର ଜଲଓ୍ବା । ଦୀର୍ଘଦିନ ଧରି ଦିଲ୍ଲୀ କ୍ୟାପିଟାଲ୍ସ ସହ ଯୋଡି ହୋଇଛନ୍ତି ରିଷଭ ପନ୍ତ । 

ଆଇପିଏଲ୍‌ ୨୦୨୪ରେ ସେ ଦିଲ୍ଲୀର ହୋଇଥିଲେ ଅଧିନାୟକ । କିନ୍ତୁ ପନ୍ତଙ୍କ ଅଧିନାୟକତ୍ୱରେ ଦିଲ୍ଲୀ ପ୍ଲେ ଅଫ୍ରେ କ୍ବାଲିଫାଏ କରିପାରିନଥିଲା । ଏହି ସମୟରେ ପନ୍ତଙ୍କୁ ନେଇ ଜୋରଦାର ହୋଇଥିଲା ଚର୍ଚ୍ଚା । କୁହାଯାଉଥିଲା କି  ପନ୍ତ ଆଗାମୀ ସିଜିନ୍‌ ଅର୍ଥାତ୍‌ ଆଇପିଏଲ୍‌ ୨୦୨୫ରେ ରୟାଲ ଚ୍ୟାଲେଞ୍ଜର୍ସ  ବାଙ୍ଗାଲୋର ପାଇଁ ଖେଳିବେ । ବର୍ତ୍ତମାନ ଏହି ଗୁଜବକୁ ନେଇ ନୀରବତା ଭାଙ୍ଗିଛନ୍ତି ପନ୍ତ ।

ପ୍ଲେୟର ଜଣେ ୟୁଜର୍ସଙ୍କ ମେସେଜ୍‌ରେ କମେଣ୍ଟ ଦେଇ ଲେଖିଛନ୍ତି ଦିନକୁ ଦିନ ଏହା ଖରାପ ହେବାରେ ଲାଗିଛି । ଏହା ପ୍ରଥମ ଥର ନୁହେଁ ଯେ ଏପରି ହେଉଛି, ଭୁଲ ଖବର ପ୍ରଚାର ହେଉଛି । ତେବେ ପନ୍ତଙ୍କ ଏହି ଉତ୍ତର ଦେଖି ସ୍ପଷ୍ଟ ହୋଇଛି କି ସେ IPL ୨୦୨୫ରେ RCBର ଅଂଶ ହେବେନି ।  

ଖବର ଅନୁଯାୟୀ ଜଣେ ବ୍ୟକ୍ତି Xରେ ପୋଷ୍ଟ କରିଥିଲେ କି ପନ୍ତ ତାଙ୍କ ମ୍ୟାନେଜରଙ୍କ ଜରିଆରେ RCB ନିକଟକୁ ଯାଇଥିଲେ । ଆରସିବି ଅଧିନାୟକତ୍ୱ ପାଇଁ ପନ୍ତ ପ୍ରସ୍ତାବ ରଖିଥିଲେ । କିନ୍ତୁ ତାଙ୍କୁ ମନା କରିଦେଇଛି ଆରସିବି । ସେ ଆହୁରି ଲେଖିଛନ୍ତି କି ବିରାଟ କୋହଲି ଚାହୁଁନାହାନ୍ତି ପନ୍ତ ଆରସିବିର ଅଂଶ ହୁଅନ୍ତୁ । 

ତେବେ ଏହି ପୋଷ୍ଟର ରିପ୍ଲାଏ ଦେଇଛନ୍ତି ପନ୍ତ । ସେ ଲେଖିଛନ୍ତି, ଆପଣମାନେ କାହିଁକି ସୋସିଆଲ ମିଡିଆରେ ଏତେ ମିଛ ଖବର ପ୍ରଚାର କରୁଛନ୍ତି । ସଚେତନ ହୁଅନ୍ତୁ । ବିନା କୌଣସି କାରଣରେ ଖରାପ  ପରିବେଶ ସୃଷ୍ଟି କରନ୍ତୁ ନାହିଁ। 

ଏହା ପ୍ରଥମ ଘଟଣା ନୁହେଁ କିମ୍ବା ନା ଏହା ଶେଷ ଥର ହେବ । ଦୟାକରି ସବୁବେଳେ ନିଜ ସୋର୍ସକୁ ଦ୍ବିତୀୟ ଥର ଚେକ୍‌ କରନ୍ତୁ । ଦିନକୁ ଦିନ ଏହା ଖରାପ ହେବାରେ ଲାଗିଛି। ବାକି ସବୁ ଆପଣଙ୍କ ଉପରେ ନିର୍ଭର କରେ । ଏହା କେବଳ ଆପଣଙ୍କ ପାଇଁ ନୁହେଁ, ଏହା ସେମାନଙ୍କ ପାଇଁ ଯେଉଁମାନେ ଭୁଲ ଖବର ବିସ୍ତାର କରୁଛନ୍ତି । 

କହିରଖୁଛୁ କି ବର୍ତ୍ତମାନ ବାଂଲାଦେଶ ବିପକ୍ଷରେ ଖେଳାଯାଉଥିବା ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଋଷଭ ପନ୍ତ ଖେଳୁଥିବାର ନଜର ଆସିଛନ୍ତି । ଏହି ସିରିଜ୍ ମାଧ୍ୟମରେ ପନ୍ତ ପ୍ରାୟ ୨ ବର୍ଷ ପରେ ଟେଷ୍ଟ କ୍ରିକେଟ୍କୁ ଫେରିଛନ୍ତି । ଆଉ ସେ ପ୍ରଥମ ମ୍ୟାଚରେ ହିଁ ଶତକ ହାସଲ କରିଛନ୍ତି । ତେବେ ଅପେକ୍ଷା ଆଇପିଏଲ ୨୦୨୫କୁ । କେଉଁ ଟିମ୍‌କୁ ଆପଣାଉଛନ୍ତି ପନ୍ତ ନା ଦିଲ୍ଲୀ କ୍ୟାପିଟାଲ୍ସକୁ ଚୟନ କରିବେ, ତା ଉପରେ ରହିବ ନଜର… 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.