ଅକ୍ଟୋବର ୫ ସୁଦ୍ଧା ଦ୍ବୈତ ନଗରୀ ସମେତ ରାଜ୍ୟର ସବୁ ସହରରେ ସରିବ ରାସ୍ତା ମରାମତି କାମ : ପୂର୍ତ୍ତ ମନ୍ତ୍ରୀ

Published By : Prameya-News7 Bureau | September 13, 2024 IST

ଭୁବନେଶ୍ବର ୧୩।୯: ଅକ୍ଟୋବର ୫ ସୁଦ୍ଧା ଦ୍ବୈତ ନଗରୀ ସମେତ ରାଜ୍ୟର ସବୁ ସହରରେ ସରିବ ରାସ୍ତା ମରାମତି କାର୍ଯ୍ୟ । ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଥମ ଥର ଲାଗି ଦ୍ବୈତ ନଗରୀ ପାଇଁ ବସିଥିବା ସ୍ଵତନ୍ତ୍ର ବୈଠକ ପରେ ଏହି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଏହାସହିତ ଜଳବନ୍ଦୀ ସମସ୍ୟା ଦୂର ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ । ସେହିପରି ମନ୍ତ୍ରୀ କହିଛନ୍ତି, ପୂର୍ବରୁ କେବେ ଭୁବନେଶ୍ଵର କଟକ ରାସ୍ତା ମରାମତି ନେଇ ସମନ୍ଵୟ ବୈଠକ ବସିନଥିଲା । ଆମ ସରକାର ଆସିବା ପରେ ପ୍ରଥମ ଥର ସମନ୍ଵୟ ବୈଠକ ବସିଛି । ଆଗକୁ ଏ ଧାରା ଜାରି ରହିବ ଓ ରାସ୍ତାଘାଟ ସ୍ଥିତି ନେଇ ସମୀକ୍ଷା କରାଯିବ । ପାର୍ବଣ ପରେ ଟ୍ରାଫିକ ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ବସିବ ବୈଠକ । କଟକ ଭୁବନେଶ୍ଵରରେ ଟ୍ରାଫିକ ସମସ୍ୟା ଦୂର ଲାଗି ନୂଆ ରାସ୍ତା ତିଆରି ଉପରେ ଆଲୋଚନା ହେବ । 

ଏ ଅବସରରେ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦୋସ କହିଛନ୍ତି, ଆମେ ଗଣେଶ ପୂଜା ବୁଲିବା ବେଳେ ଅନେକ ରାସ୍ତା ଘାଟ ସମସ୍ୟା ଦେଖିଛୁ । ସେସବୁର ତାଲିକା CMCକୁ ଦେଇଛୁ । ନିର୍ଦ୍ଧାରିତ ସମୟ ଭିତରେ ରାସ୍ତା ଓ ଡ୍ରେନ କାମ ସାରିବାକୁ ଦାବି କରିଛୁ । ଏପଟେ ଭୁବନେଶ୍ୱର ମଧ୍ଯ ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ରାସ୍ତା ଓ ଡ୍ରେନ କାମ ବେଳେ ବିଭାଗ ବିଭାଗ ମଧ୍ୟରେ ସମନ୍ଵୟ ରହୁନି । ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଭଳି ସମନ୍ଵୟ ରହିବ, ସେ ନେଇ ଗୁରୁତ୍ଵ ଦେବାକୁ ଦାବି କରିଛି । ଆଗକୁ ରାସ୍ତା ତିଆରି ବେଳେ ଖରାପ ରାସ୍ତାକୁ ସମ୍ପୂର୍ଣ ଖୋଳି ନୂଆ ଦୀର୍ଘ ମିଆଦି ରାସ୍ତା ତିଆରି କରନ୍ତୁ । ନଚେତ୍ ୧୯୮୦ ମସିହାରୁ ତିଆରି ହୋଇଥିବା ଘର ଏବେ ରାସ୍ତା ଠୁ ତଳେ ରହିଲେଣି । ଯେଉଁଥି ପାଇଁ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଛି । ଏ ସମସ୍ୟାର ସମାଧାନ ଲାଗି ଦାବି କରିଛନ୍ତି ଭୁବନେଶ୍ଵର ମଧ୍ଯ ବିଧାୟକ । 

You Can Read:

ଭୀଷଣ ବର୍ଷା ନେଇ ମୟୂରଭଞ୍ଜକୁ ରେଡ୍ ଓ୍ବାର୍ଣ୍ଣିଂ, ଜିଲ୍ଲାର ସବୁ ସ୍କୁଲ୍ ଛୁଟି ଘୋଷଣା

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.