ଟିମ୍‌ ଇଣ୍ଡିଆର ଦମ୍‌ଦାର୍‌ ପ୍ଲେୟର, ଏମାନେ ଖେଳୁଛନ୍ତି ଶେଷ ଟି-୨୦ ବିଶ୍ବକପ୍‌

Published By : Prameya-News7 Bureau | June 18, 2024 IST

ନୂଆଦିଲ୍ଲୀ ୧୮।୦୬: ଟି-୨୦ ବିଶ୍ବକପ୍‌ ୨୦୨୪ । ଦମ୍‌ଦାର୍‌ ଫର୍ମରେ ରହିଛି ଟିମ୍ ଇଣ୍ଡିଆ । ସୁପର-୮ରେ ପହଞ୍ଚି ସାରିଛି ଭାରତ । ରୋହିତ ବାହିନୀ ଲଗାତର ୩ଟି ଗ୍ରୁପରେ ମ୍ୟାଚ୍‌ ଜିତିଛି । ଚତୁର୍ଥ ମ୍ୟାଚରେ ବର୍ଷା ସାଜିଥିଲା ବାଧକ । ଏହି ସମୟରେ ଟିମ୍‌ ପାଇଁ ଓପନିଂ କରୁଥିଲେ ବିରାଟ । କିନ୍ତୁ ସେ ବିଫଳ ହୋଇଛନ୍ତି । କୋହଲିଙ୍କ ସହ ଏପରି ୩ ପ୍ଲେୟର ଅଛନ୍ତି, ଯାହାଙ୍କ ପାଇଁ ଏହା ହୋଇପାରେ ଶେଷ ଟି-୨୦ ବିଶ୍ବକପ୍‌ । ଆସନ୍ତୁ ଜାଣିବା କାହା ପାଇଁ ଏହି ବିଶ୍ବକପ୍‌ ହୋଇପାରେ ଶେଷ ଟି-୨୦ ବିଶ୍ବକପ୍‌ । 

ବାସ୍ତବରେ ଟିମ୍‌ ଇଣ୍ଡିଆ ପାଇଁ ରେଡ୍ଡୀ ରହିଛନ୍ତି ଅନେକ ଯୁବ ପ୍ଲେୟର । ବରିଷ୍ଠ ଖେଳାଳିଙ୍କ ଯୋଗୁଁ ନୂଆ ପ୍ଲେୟରଙ୍କୁ ମିଳୁନି ସୁଯୋଗ । ଏଭଳି ସ୍ଥିତିରେ ଟିମ୍ ଇଣ୍ଡିଆ ଟି-୨୦ ଫର୍ମାଟରେ ପରିବର୍ତ୍ତନ କରିପାରେ । କୋହଲି ଏବଂ ରୋହିତ ଦୀର୍ଘ ସମୟ ଧରି ଟି-୨୦ଟିମ୍‌ରୁ ବାହର ରହିଥିଲେ । କିନ୍ତୁ ତାଙ୍କୁ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ସୁଯୋଗ ଦିଆଯାଇଛି । କୋହଲି ୩ଟି ଗ୍ରୁପ୍ ମ୍ୟାଚ୍ ଖେଳିଛନ୍ତି, ଆଉ ତିନୋଟି ଯାକରେ ହିଁ ହୋଇଥିଲେ ବିଫଳ । ରବିନ୍ଦ୍ର ଜାଡେଜା ମଧ୍ୟ କିଛି ଖାସ୍‌ କରିପାରି ନାହାନ୍ତି । ପର୍ଫମାନ୍ସକୁ ନଜରରେ ରଖି ଟି-୨୦ରେ କଟିପାରେ ଏମାନଙ୍କ ପତ୍ତା । 

କୋହଲି, ରୋହିତ ଏବଂ ଜାଡେଜାଙ୍କ ପାଇଁ ଏହା ହୋଇପାରେ ଶେଷ ଟି-୨୦ ବିଶ୍ୱକପ । କାରଣ ପରବର୍ତ୍ତୀ ଟି-୨୦ ବିଶ୍ବକପ୍‌ରେ ଟିମ୍ ଇଣ୍ଡିଆରେ ହୋଇପାରେ ଅନେକ ପରିବର୍ତ୍ତନ । ପରବର୍ତ୍ତୀ ଟି-୨୦ ବିଶ୍ୱକପ ୨୦୨୬ରେ ଖେଳାଯିବ । ଏହା ଭାରତ ଏବଂ ଶ୍ରୀଲଙ୍କାରେ ହେବ । କିନ୍ତୁ ୨୦୨୬ ବେଳକୁ ଏହି ୩ ପ୍ଲେୟରଙ୍କ ପାଇଁ ପ୍ରତିବନ୍ଧକ ହୋଇପାରେ ବୟସ । କୋହଲିଙ୍କୁ ୩୫ ବର୍ଷ ବୟସ ଏବଂ ସେ ବହୁତ ଫିଟ୍ ଅଛନ୍ତି । କିନ୍ତୁ ସେ ଟେଷ୍ଟ ଏବଂ ODI ଉପରେ ଧ୍ୟାନ ଦେଇପାରନ୍ତି । ରୋହିତଙ୍କୁ ବୟସ ୩୭ ବର୍ଷ ଏବଂ  ଜାଡେଜାଙ୍କୁ  ୩୫ ବର୍ଷ ବୟସ ହୋଇସାରିଲାଣି । 

ଟିମ୍‌ ଇଣ୍ଡିଆରେ ଅଛନ୍ତି ଅନେକ ଯୁବ ଖେଳାଳି । ଯେଉଁମାନେ କି ଖୁବ୍‌ ଦକ୍ଷ ଅଟନ୍ତି । ଯଦି କୋହଲି ଟି-୨୦ ଫର୍ମାଟରୁ ବ୍ରେକ୍‌ ନିଅନ୍ତି, ତେବେ ଋଷଭ ପନ୍ତ ୩ ନମ୍ବରରେ ଖେଳିପାରିବେ । ଚଳିତ ଟି-୨୦ ବିଶ୍ୱକପରେ ପନ୍ତ ଦମ୍‌ଦାର୍‌ ପ୍ରଦର୍ଶନ କରିଛନ୍ତି । ଭାରତୀୟ ଟିମ୍‌ ପାଖରେ ଓପନିଂ କରିବା ପାଇଁ ଶୁଭମାନ ଗିଲଙ୍କ ସହ ଯଶସ୍ୱୀ ଜୈସୱାଲ ଭଲ ବିକଳ୍ପ ରହିଛନ୍ତି । ସଞ୍ଜୁ ସାମସନ୍ ମଧ୍ୟ ମିଡିଲ୍‌ ଅର୍ଡର ପାଇଁ ସୁଯୋଗ ମିଳିପାରନ୍ତା । ସଞ୍ଜୁଙ୍କୁ ବର୍ତ୍ତମାନ ୨୯ ବର୍ଷ ବୟସ । ତାଙ୍କ ପାଖରେ ବର୍ତ୍ତମାନ ବହୁତ ସମୟ ରହିଛି । ସେ ଦେଖାଇପାରିବେ ନିଜର ଦମ୍‌ଦାର୍ ଫର୍ମ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.