IPL 2025 : ଧୋନିଙ୍କ ପାଇଁ ଫେରିଲା ରୁଲ୍ ନମ୍ବର 7

Published By : Prameya-News7 Bureau | September 29, 2024 IST

ମୁମ୍ବାଇ ୨୯।୦୯ : ଆଇପିଏଲ୍‌ ୨୦୨୫ ପାଇଁ ବିସିସିଆଇ ଆଣିଛି ନୂଆ ନିୟମ । ସବୁ ନିୟମ ମଧ୍ୟରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା କ୍ୟାପଟେନ୍‌ କୁଲଙ୍କ ପାଇଁ ଆସିଛି ନୂଆ ନିୟମ । 

ମହେନ୍ଦ୍ର ସିଂହ ଧୋନିଙ୍କ ପାଇଁ ଫେରିଲା ନିୟମ । ୨୦୦୮  ସିଜନରୁ ଆଇପିଏଲ୍‌ରେ ଏକ ନିୟମ ଲାଗୁ  କରାଯାଇଥିଲା । କୌଣସି ଖେଳାଳି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବାର ୫ବର୍ଷ ପରେ ଚାହିଁଲେ ନିଲାମ ପ୍ରକ୍ରିୟାରେ ସାମିଲ ହୋଇପାରିବ । ସେମାନଙ୍କୁ ଘରୋଇ ଖେଳାଳି ତାଲିକାରେ ସ୍ଥାନ ମିଳିବ। ଲାଗୁ କରାଯାଇଥିବା ଏହି ନିୟମ  ଅନୁଯାୟୀ କୌଣସି ଅବସରପ୍ରାପ୍ତ ଖେଳାଳି ୫ବର୍ଷ ପରେ ଆଇପିଏଲ ଖେଳିପାରିନଥିଲେ। ଫଳରେ ୨୦୨୧ ସିଜନ ନିଲାମ ପୂର୍ବରୁ ଏହି ନିୟମକୁ ପ୍ରତ୍ୟାହାର କରାଯାଇଥିଲା। ଚେନ୍ନାଇ ସୁପରକିଙ୍ଗ୍‌ସ ଏଥର ମହେନ୍ଦ୍ର ସିଂହ ଧୋନିଙ୍କୁ ଖେଳାଇବାକୁ ଯୋଜନା କରୁଛି। ତେଣୁ ତାଙ୍କୁ ଘରୋଇ ଖେଳାଳି ଭାବେ ଦଳରେ   ରଖିବା ପାଇଁ ଲକ୍ଷ୍ୟ ରଖି ଉକ୍ତ ନିୟମକୁ ପୁନର୍ବାର  ଲାଗୁ କରିବାକୁ ବିସିସିଆଇ ନିକଟରେ ଅନୁରୋଧ କରିଥିଲା। ରବିବାର ବୈଠକ ଅବସରରେ ଉକ୍ତ  ନିୟମକୁ ପୁନର୍ବାର ଲାଗୁ କରାଯାଇଛି। ଫଳ ସ୍ୱରୂପ ସୁପରକିଙ୍ଗ୍‌ସ ଚାହିଁଲେ ଧୋନିଙ୍କୁ  ପ୍ରତିଧାରଣ କରିପାରିବ ଏବଂ ଏଥିପାଇଁ ଫ୍ରାଞ୍ଚାଇଜ୍‌କୁ ମାତ୍ର ୪କୋଟି ଟଙ୍କା ବ୍ୟୟ କରିବାକୁ ହେବ। 

 

  • BCCI
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.