Live Live
LIVE

LPG Crisis and Twinkle : ଟ୍ୱିଙ୍କିଲ୍ ଖାନ୍ନା କାହିଁକି କିଣିଲେ ଏକାଥରକେ ଦୁଇଟା ଇଣ୍ଡକ୍ସନ ?

NEWS7
running-truck-catches-fire-in-tamando-at-bhubaneswar

ମୁମ୍ବାଇ: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ କାରଣରୁ ଏବେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଏଲପିଜି (LPG) ଗ୍ୟାସ୍ ସିଲିଣ୍ଡରର ଘୋର ଅଭାବ ଦେଖାଦେଇଛି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ରେଷ୍ଟୁରାଣ୍ଟ ଏବେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସଙ୍କଟ ମଧ୍ୟରେ ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର ଏକ ବଡ଼ ଖୁଲାସା କରିଛନ୍ତି। ମଙ୍ଗଳବାର ଦିନ ବିଏମସି (BMC) ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅକ୍ଷୟ କହିଛନ୍ତି ଯେ ଗ୍ୟାସ୍ ସଙ୍କଟକୁ ଦୃଷ୍ଟିରେ ରଖି ତାଙ୍କ ପତ୍ନୀ ଟ୍ୱିଙ୍କିଲ୍ ଖାନ୍ନା ପୂର୍ବରୁ ହିଁ ଦୁଇଟି ଇଣ୍ଡକ୍ସନ୍ ଷ୍ଟୋଭ୍ କିଣି ସାରିଛନ୍ତି।

ଟ୍ୱିଙ୍କିଲ୍ କିଣିଲେ ଦୁଇଟି ଇଣ୍ଡକ୍ସନ୍ ଷ୍ଟୋଭ୍?

ମୁମ୍ବାଇ ବିଜେପି ସଭାପତି ଅମିତ ସାଟମଙ୍କ ସହ 'ବିଏମସି ମୁମ୍ବାଇ କ୍ଲିନ୍ ଲିଗ୍'ର ଶୁଭାରମ୍ଭ କରିବାକୁ ଆସିଥିବା ଅକ୍ଷୟ କୁମାରଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ଏଲପିଜି ଅଭାବ ସମ୍ପର୍କରେ ପ୍ରଶ୍ନ କରିଥିଲେ।

* ପ୍ରଶ୍ନର ଉତ୍ତର ଦେଇ ଅକ୍ଷୟ କହିଥିଲେ ଏପର୍ଯ୍ୟନ୍ତ ତ ଆମର କୌଣସି ଅସୁବିଧା ହୋଇନାହିଁ। କିନ୍ତୁ ବଜାରକୁ ଯେଉଁ ନୂଆ ଇଣ୍ଡକ୍ସନ୍ ଚୁଲା ଆସିଛି, ମୋ ପତ୍ନୀ ସେଥିରୁ ଦୁଇଟି କିଣିଛନ୍ତି। ତେଣୁ ଆପଣମାନେ ମଧ୍ୟ ଗୋଟିଏ କିଣି ନିଅନ୍ତୁ।"

* ଯେତେବେଳେ ତାଙ୍କୁ ପଚରାଗଲା ଯେ ଉକ୍ତ ଇଣ୍ଡକ୍ସନ୍ ଷ୍ଟୋଭ୍ ଘରେ ପହଞ୍ଚିଛି କି ନାହିଁ, ସେ ହସି ହସି ଉତ୍ତର ଦେଇଥିଲେ, "ବର୍ତ୍ତମାନ ପାଇଁ ମୋତେ ସେକଥା ଜଣାନାହିଁ।

ମୁମ୍ବାଇରେ କାହିଁକି ଦେଖାଦେଇଛି ଏଲପିଜି ସଙ୍କଟ?

ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ଏବଂ ତେହେରାନର ପାଲଟା ଜବାବ ପରେ ହର୍ମୁଜ୍ ଜଳପଥ (Strait of Hormuz) ପ୍ରାୟତଃ ବନ୍ଦ ହୋଇଯାଇଛି। ଭାରତ ତାର ଆବଶ୍ୟକତାର ପ୍ରାୟ ୬୦ ପ୍ରତିଶତ ଏଲପିଜି ଆମଦାନୀ କରୁଥିବା ବେଳେ ଏହାର ଅଧିକାଂଶ ଭାଗ ଏହି ହର୍ମୁଜ୍ ଜଳପଥ ଦେଇ ଆସିଥାଏ। ଫଳରେ ମୁମ୍ବାଇ ସମେତ ଅନେକ ସ୍ଥାନରେ ଏବେ ଏଲପିଜି ଯୋଗାଣ ବାଧାପ୍ରାପ୍ତ ହୋଇଛି।

ଅକ୍ଷୟଙ୍କ ଆଗାମୀ ଫିଲ୍ମ ଏବଂ ପ୍ରୋଜେକ୍ଟ

ଆଗାମୀ ଦିନରେ ଅକ୍ଷୟ କୁମାରଙ୍କୁ ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ଫିଲ୍ମ 'ଭୂତ୍ ବଙ୍ଗଳା' (Bhooth Bangla) ରେ ଦେଖିବାକୁ ମିଳିବ, ଯେଉଁଥିରେ ତବୁ ଏବଂ ପରେଶ ରାୱଲ ମଧ୍ୟ ଅଛନ୍ତି। ବାଲାଜୀ ଟେଲିଫିଲ୍ମସ୍ ଏବଂ କେପ୍ ଅଫ୍ ଗୁଡ୍ ଫିଲ୍ମସ୍ ଦ୍ୱାରା ପ୍ରଯୋଜିତ ଏହି ଫିଲ୍ମଟି ଆସନ୍ତା ୨ ଏପ୍ରିଲ ୨୦୨୬ ରେ ରିଲିଜ୍ ହେବାର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ ସୈଫ୍ ଅଲି ଖାନଙ୍କ ସହ ତାଙ୍କର ଆଉ ଏକ ଫିଲ୍ମ 'ହୈବାନ୍' (Haiwaan), ତଥା 'ୱେଲକମ୍ ଟୁ ଦି ଜଙ୍ଗଲ' (Welcome to the Jungle) ଏବଂ 'ହେରା ଫେରି ୩' (Hera Pheri 3) ମଧ୍ୟ ଲାଇନରେ ରହିଛି।