କେକ୍, ଫଳ, ଗିଫ୍ଟ...କେୟାରଟେକର ପାଳନ କଲେ ହାତୀ ଛୁଆର ଜନ୍ମଦିନ; ଭାଇରାଲ୍ ହେଲା ‘ମୋମୋ’ର ଭିଡିଓ

NEWS7
russia-upset-over-arrival-of-indian-weapons-in-ukraine

ନୂଆଦିଲ୍ଲୀ: ଆସାମରେ ଏକ ହାତୀ ଛୁଆର ଜନ୍ମଦିନ ପାଳନର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହି ଭିଡିଓ ଲୋକଙ୍କ ବେଶ ପ୍ରଶଂସା ସାଉଁଟିଛି । ହାତୀ ଛୁଆର ନାମ 'ମୋମୋ' ରଖାଯାଇଛି । 'ମୋମୋ'ର ଯତ୍ନ ନେଉଥିବା ବ୍ୟକ୍ତି ଏହି ଜନ୍ମଦିନ ପାଳନ କରିଥିଲେ । ମୋମୋ ପାଇଁ କେକ୍ କାଟି ଜନ୍ମଦିନର ଗୀତ ମଧ୍ୟ ଗାଇଥିଲେ ।

ପାଖରେ ଉପସ୍ଥିତି ଲୋକମାନେ ହାତୀ ଛୁଆଟିର ଜନ୍ମଦିନ ପାଳନକୁ ବେଶ ଉପଭୋଗ କରୁଛନ୍ତି । ଏହି ସେଲିବ୍ରେସନ ସମୟରେ ମୋମୋର ଜନ୍ମଦିନର ଶୁଭେଚ୍ଛା ବ୍ୟାନରରେ ସଜାଯାଇଥିଲା । ସ୍ଥାନୀୟ ଲୋକମାନେ ମୋମୋ ସହ ଅନ୍ୟ ହାତୀ ପାଇଁ ଫଳମୂଳ ଖାଇବା ବ୍ୟବସ୍ଥା ମଧ୍ୟ କରିଥିଲେ ।

ମୋମୋଙ୍କ ଜନ୍ମଦିନ ତାର କେୟାରଟେକର ବିପିନ କଶ୍ୟପ ପାଳନ କରିଥିଲେ । ଭିଡିଓରେ ମୋମୋର କେୟାରଟେକର ଏକ ଟବ୍ ଉପରେ ଗୋଟିଏ କେକ୍ ରଖିଥିବାର ଦେଖିବାକୁ ମିଳୁଛି । ବିଭିନ୍ନ ପ୍ରକାରର ଫଳ ଏବଂ ପନିପରିବା ସହିତ ମାଟିରେ ଏକ କଳା ଟର୍ପ ମଧ୍ୟ ବିଛାଯାଇଛି ।

 

ମୋମୋ ଗୋଟିଏ ହାତୀ ହେବା ସତ୍ତ୍ୱେ ମଣିଷର ଜନ୍ମଦିନ ପରି ତାଙ୍କ ଯତ୍ନ ନେଉଥିବା ଲୋକମାନେ ପାଳନ କରିଥିଲେ । ଏଥିରେ କେକ୍ ଏବଂ ତାଙ୍କର ପ୍ରିୟ ଖାଦ୍ୟ ମଧ୍ୟ ଥିଲା । କେୟାରଟେକର ପ୍ରଥମେ ମୋମୋ ପାଇଁ ଏକ ଜନ୍ମଦିନ ଗୀତ ଗାଇଥିଲେ । ତା’ପରେ ତାଙ୍କ ବେକରେ ଏକ ବ୍ୟାନର ଲଗାଇଲେ ଯେଉଁଥିରେ ଲେଖାଥିଲା "ଜନ୍ମଦିନର ଶୁଭେଚ୍ଛା" । କେୟାରଟେକର ମୋମୋଙ୍କୁ ତାଙ୍କ ଜନ୍ମଦିନ ପାଇଁ ଏକ ଆସାମୀ ସ୍କାର୍ଫ ମଧ୍ୟ ଉପହାର ଦେଇଥିଲେ ।