ସଲମାନଙ୍କୁ ପୁଣି ମୃତ୍ୟୁ ଧମକ, ରାଜସ୍ଥାନରୁ ଅଭିଯୁକ୍ତକୁ କରାଗଲା ଗିରଫ

Published By : Prameya-News7 Bureau | June 16, 2024 IST

ମୁମ୍ଵାଇ ୧୬।୦୬: ବଲିଉଡ ସୁପରଷ୍ଟାର ସଲମାନ ଖାନ । କିଛି ସମୟ ହେବ ଲରେନ୍ସ ବିଷ୍ଣୋ ଗ୍ୟାଙ୍ଗର ଟାର୍ଗେଟରେ ରହିଆସିଥିଲେ। ଯେହେତୁ ତାଙ୍କ ଘର ବାହାରେ ଗୁଳି ବିନିମୟ ହୋଇଥିଲା। ଏନେଇ ତା ଉପରେ ଲଗାତାର ଖବର ରଖାଯାଉଛି । ଏହି କାରଣରୁ ସୁପରଷ୍ଟାରଙ୍କ ପ୍ରଶଂସକମାନେ ମଧ୍ୟ ଅଭିନେତାଙ୍କ ସୁରକ୍ଷାକୁ ନେଇ ବହୁତ ଚିନ୍ତିତ ଅଛନ୍ତି। ନିକଟରେ ସଲମାନ ଖାନ ମଧ୍ୟ ଏକ ବିବୃତ୍ତି ଦେଇ କହିଛନ୍ତି ଯେ ସେ ଏସବୁକୁ ନେଇ ଅତ୍ୟନ୍ତ ନିରାଶ ହୋଇଛନ୍ତି ଏବଂ ତାଙ୍କୁ ବାରମ୍ବାର ଟାର୍ଗେଟ କରାଯାଉଛି। ବହୁତ ଦିନ ହେଲାଣି ସୋସିଆଲ ମିଡିଆ ମାଧ୍ୟମରେ ଅଭିନେତା ପୁଣି ଥରେ ମୃତ୍ୟୁ ଧମକ ପାଇଛନ୍ତି।

ଅଭିନେତା ସଲମାନ ଖାନ ପୁଣି ଥରେ ସୋସିଆଲ ମିଡିଆ ମାଧ୍ୟମରେ ମୃତ୍ୟୁ ଧମକ ପାଇଛନ୍ତି। ୟୁଟ୍ୟୁବରେ ଏକ ଭିଡିଓ ଅପଲୋଡ୍ କରି ବିଷ୍ଣୋଇ ଗ୍ୟାଙ୍ଗ ଧମକ ଦେଇଛନ୍ତି। ଏହି ଧମକ ଦେଇଥିବା ଅଭିଯୁକ୍ତ ବନୱାରିଲାଲ ଲାଟୁରଲାଲ ଗୁରୁଜାରଙ୍କୁ ରାଜସ୍ଥାନରୁ ଗିରଫ କରାଯାଇଛି। ବ୍ୟକ୍ତିର ବୟସ ୨୫ ବର୍ଷ ବୋଲି କୁହାଯାଉଛି।

ସଲମାନଙ୍କୁ ହତ୍ୟା ଷଡଯନ୍ତ୍ର ଅଭିଯୋଗରେ ମୁମ୍ବାଇର ଦକ୍ଷିଣ ସାଇବର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା। କିଛି ଦିନ ପୂର୍ବରୁ ବିଷ୍ଣୁ ଗ୍ୟାଙ୍ଗ ସହ ଜଡିତ ଲୋକମାନେ ୟୁଟ୍ୟୁବରେ ଏକ ଭିଡିଓ ପୋଷ୍ଟ କରିଥିଲେ । ସୁପରଷ୍ଟାରଙ୍କ ହତ୍ୟା ସମ୍ପର୍କରେ ସେ ଏକ ବିବୃତ୍ତି ଦେଇଥିବା ଅଭିଯୋଗ ହେବା ସହ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ମାମଲାରେ କ୍ରାଇମ ବ୍ରାଞ୍ଚ ପୋଲିସ ଏକ ଟିମ୍ ରାଜସ୍ଥାନକୁ ତଦନ୍ତ ପାଇଁ ପଠାଇଥିଲା। ଏହି ମାମଲାରେ ରାଜସ୍ଥାନର ଜଣେ ବ୍ୟକ୍ତିଙ୍କୁ କ୍ରାଇମ ବ୍ରାଞ୍ଚ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଗୁଜରକୁ ଆଜି ଅପରାହ୍ନରେ ମୁମ୍ବାଇ ଅଣାଯିବ ବୋଲି ପୋଲିସ କହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.