ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ , ସାଲେପୁରରେ ବେଶ୍ ଆନନ୍ଦର ସହ ହୋଇଛି ପାଳନ

Published By : Prameya-News7 Bureau | January 09, 2025 IST

ସାଲେପୁର 09/01 : ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ। କାହିଁ କେଉଁ କାଳରୁ ଏହି ପରମ୍ପରା ହିନ୍ଦୁ ଧର୍ମରେ ପାଳନ ହୋଇଆସୁଛି। ସେ ବ୍ରାହ୍ମଣ ହେଉ ଅବା ଚଣ୍ଡାଳ ସମସ୍ତେ ଏହି ପର୍ବକୁ ପାଳନ କରିଥାନ୍ତି। ପରିବାରର ମଙ୍ଗଳ କାମନା କରି ଘରର ମହିଳାମାନେ ଏହି ପର୍ବକୁ ପାଳନ କରିଥାନ୍ତି।

ଶାମ୍ବ ସୂର୍ଯ୍ୟ ଦେବତାଙ୍କୁ ପୂଜା କରି କୃଷ୍ଣ ଦେଇଥିବା ଅଭିସାପରୁ ମୁକ୍ତି ପାଇଥିଲେ।  ସେହିଦିନ ଠାରୁ ହିନ୍ଦୁ ଧର୍ମରେ ଏହି ପୂଜାର ପ୍ରଥା ରହିଛି। ଏହି ପର୍ବକୁ କଟକ ଜିଲ୍ଲା ସାଲେପୁର ବ୍ଳକ୍ ପୁରୁଷୋତ୍ତମପୁର ଗାଁରେ ମହିଳାମାନେ ଏକାଠି ହୋଇ ପାଳନ କରିଥାନ୍ତି। ନିଜ ନିଜ ଘରେ ତିଆରି କରିଥିବା ପିଠା ପଣା ଖିରି ଖେଚିଡି ଆଣି ଏହି ଦେବାଳୟ ମଣ୍ଡପରେ ଏକାଠି ହୋଇ ପାଳନ କରିଥାନ୍ତି। ହୁଳହୁଳି ଶଙ୍ଖ ଧୋନିରେ କମ୍ପି ଉଠେ ପୂରା ପରିବେଶ। ପରେ  ଛୋଟ ପିଲମାନଙ୍କୁ ବାଇଗଣ ପତ୍ରରେ ସେଗୁଡ଼ିକ ଭୋଗ ଲାଗାଇଥାନ୍ତି। ପିଲାମାନେ ସେଗୁଡିକୁ ଆନନ୍ଦରେ ଖଇଥାନ୍ତି।


କିମ୍ବଦନ୍ତୀ ଅନୁସାରେ କୃଷ୍ଣ ଶାମ୍ବକୁ ଅଭିଶାପ ଦେବା ପରେ ସେ କୋଷ୍ଠ ରୋଗ ଆକ୍ରାନ୍ତ ହୋଇଥିଲେ। ରୋଗରୁ ମୁକ୍ତି ପଇବା ପାଇଁ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିଥିଲେ। ଫଳରେ ଶାମ୍ବ ରୋଗ ମୁକ୍ତ ହୋଇଥିଲେ। ସେହି ଦିନଠାରୁ ଏହି ପୂଜା ହିନ୍ଦୁ ମାନେ ପାଳନ କରି ଆସୁଛନ୍ତି।ଘରର ମହିଳାମାନେ ନିଜର ପରିବାର ମଙ୍ଗଳ ପାଇଁ ଏହି ପୂଜାକୁ କରିଥାନ୍ତି।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.