ଦିନରେ ଘର ଘର ବୁଲି ଖେଳଣା ବିକ୍ରି, ରାତି ଅଧରେ ଆସି ଚୋରି : ୯ ଆନ୍ତଃରାଜ୍ୟ ଚୋର ଗିରଫ

Published By : Prameya-News7 Bureau | August 02, 2024 IST

ବଲାଙ୍ଗୀର ୨: ବୁଲାବେପାରୀଙ୍କ ଫିଲ୍ମ ଷ୍ଟାଇଲ ଚୋରି । ୯ ଆନ୍ତଃରାଜ୍ୟ ଚୋର ଗିରଫ । ଦିନରେ ଲୋକଙ୍କ ଘରେ ଖେଳଣା ବିକ୍ରି କରିବା ପରେ ରାତି ଅଧରେ ଆସି କରୁଥିଲେ ଚୋରି । ୧୫ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଜବତ ହୋଇଛି ।

ସାଉଥ୍ ସିନେମା ଠୁ କିଛି କମ୍ ନୁହେଁ । ପ୍ରଥମେ ଜାନି ଯାତ୍ରାରେ ବଲାଙ୍ଗୀର ଆସି ବେଲୁନ ସହ ଛୁଆଙ୍କ ଖେଳଣା ବିକ୍ରି କରୁଥିଲେ । ବ୍ୟବସାୟ କରିବା ବେଳେ ବିଭିନ୍ନ ପଡା ଗାଁରେ ଲୋକଙ୍କ ଘର ଉପରେ ରଖୁଥିଲେ ନଜର ଓ ପରେ ଘରକୁ ରାତି ଅଧରେ ଆସି କରୁଥିଲେ ଚୋରି । ଏଭଳି ଏକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବଲାଙ୍ଗୀର ପୋଲିସ । 

ତେବେ ବଲାଙ୍ଗୀର ସହର ଠାରୁ ଗାଁ ପର୍ଯ୍ୟନ୍ତ ଚୋରି, ଲୁଟ୍ ଡକାୟତି ବଢ଼ିବାରେ ଲାଗିଛି । ସହରରେ ପ୍ରତିଦିନ ଘରେ ପଶି ଲୁଟ୍ କରିବା ସହ ଚୋରି କରୁଥିବା ଅଭିଯୋଗ ଆସୁଥିଲା । ଏନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା । ସ୍ୱତନ୍ତ୍ର ଟିମ ଗଠନ କରି ନାକା ଲଗାଇ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଯୋଜନା ହେଲା ଓ ସେଥିରେ ସଫଳ ମଧ୍ୟ ହୋଇଛି ପୋଲିସ । ୯ ଜଣ ଚୋର ଯାହାଙ୍କ ଭିତରେ ମଧ୍ୟପ୍ରଦେଶର ୬ ଜଣ, ମହାରାଷ୍ଟ୍ରର ୨ ଜଣ ଓ ବରଗଡ଼ ଜିଲ୍ଲାର ଜଣେ ରହିଛନ୍ତି । ସେମାନଙ୍କ ଠାରୁ ପୋଲିସ ୧୬୦ ଗ୍ରାମ ସୁନା, ୧୭୦୮ ଗ୍ରାମ ରୁପା, ୨ ଲକ୍ଷ ଟଙ୍କା କ୍ୟାସ ସହ କିଛି ଆକାଉଣ୍ଟକୁ ମଧ୍ୟ ଜବତ କରି ଫ୍ରିଜ୍ କରାଯାଇଛି । ବଲାଙ୍ଗୀରରେ ପ୍ରଥମ ଥର ପାଇଁ ଏଭଳି ଚୋରି କାମ ଆରମ୍ଭ କରିଥିବା ବେଳେ ପୂର୍ବରୁ ଏମାନଙ୍କ ନାଁରେ ବହୁ ମାମଲା ମଧ୍ୟ ରହିଛି । ଯାହାକୁ ନେଇ ଖୋଳତାଡ଼ ଜାରି ରଖିଛି ପୋଲିସ ।  ତେବେ ଆଗକୁ ଆହୁରି ବଡ଼ ଧରଣର ଚୋରି, ଲୁଟ୍ କରିବା ଯୋଜନା ଏମାନଙ୍କର ଥିବାବେଳେ ତାକୁ ଧରିବାରେ ସଫଳ ହୋଇଛି ପୋଲିସ । 

You Can Read:

ଆଳୁ, ପିଆଜ ଓ ପରିବା ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବୁ ନାହିଁ, ନିଜେ ପ୍ରସ୍ତୁତି ଆରମ୍ଭ କରିଛୁ : ଯୋଗାଣ ମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.