ଧୋନୀଙ୍କ ପରି ଅନକ୍ୟାପଡ ପ୍ଲେୟର ଭାବେ ରିଟେନ ହୋଇ ପାରନ୍ତି ଆଉ ୨ ବରିଷ୍ଠ

Published By : Prameya-News7 Bureau | September 29, 2024 IST

ନୂଆଦିଲ୍ଲୀ ୨୯।୦୯: IPL ୨୦୨୫କୁ ନେଇ ଆସିଛି ନୂଆ ନିୟମ । ବର୍ତ୍ତମାନ ୬ ପ୍ଲେୟରଙ୍କୁ ଫ୍ରାଞ୍ଚାଇଜ୍‌ ରିଟେନ କରିପାରିବ ।  ଏଥିରେ ୫ଜଣ କ୍ୟାପ୍ଡ ପ୍ଲେୟର ଏବଂ ଆଉ ଜଣେ ଅନକ୍ୟାପଡ ପ୍ଲେୟର ସାମିଲ ରହିବେ । ଫ୍ରାଞ୍ଚାଇଜ୍‌ କ୍ୟାପଡ ପ୍ଲେୟରଙ୍କୁ ଅନକ୍ୟାପଡ ପ୍ଲେୟର ଭାବେ ରିଟେନ କରିପାରିବ । କିନ୍ତୁ ଏଥିପାଇଁ ରହିଛି ନିୟମ । ଯେଉଁ ପ୍ଲେୟର ଗତ ୫ବର୍ଷରେ ଗୋଟିଏ ବି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାଁନ୍ତି, ସେମାନଙ୍କୁ ଅନକ୍ୟାପଡ ପ୍ଲେୟର ଭାବେ ରିଟେନ କରାଯିବ । 

ଏହି ଲିଷ୍ଟର ପ୍ରଥମରେ ରହିଛନ୍ତି ମହେନ୍ଦ୍ର ସିଂ ଧୋନି । ତାଙ୍କୁ ଅନକ୍ୟାପଡ ପ୍ଲେୟର ଭାବେ ରିଟେନ କରିବ ସିଏସକେ । ଧୋନୀଙ୍କ ସହ ଏପରି ଆଉ ୨ ପ୍ଲେୟର ଅଛନ୍ତି । ଯିଏକି ଏହି ଲିଷ୍ଟରେ ହୋଇଛନ୍ତି ସାମିଲ । ବାସ୍ତବରେ ଧୋନି ଚେନ୍ନାଇ ସୁପର କିଙ୍ଗ୍ସ ସହିତ ଦୀର୍ଘ ସମୟ ଧରି ରହିଛନ୍ତି ଏବଂ ଦଳ ତାଙ୍କୁ ଛାଡିବାକୁ ଚାହୁଁନାହାଁନ୍ତି । ତେଣୁ ତାଙ୍କୁ ପୁଣି ଥରେ ରିଟେନ କରିବ ଫ୍ରାଞ୍ଚାଇଜ । କିନ୍ତୁ ସେ ଜଣେ ଅନକ୍ୟାପ ପ୍ଲେୟର ଭାବେ ଖେଳିବେ ।

ଏହି ତାଲିକାରେ ପୀୟୁଷ ଚାୱଲାଙ୍କ ନାଁ ମଧ୍ୟ ସାମିଲ ହୋଇଛି । ମୁମ୍ବାଇ ଇଣ୍ଡିଆନ୍ସ ଚାୱଲାଙ୍କୁ ଜଣେ ଅନକ୍ୟାପ ପ୍ଲୟେର ଭାବେ ରିଟେନ କରିପାରେ । ସେ ୨୦୧୧ରେ ଭାରତ ପାଇଁ ଶେଷ ODI ଏବଂ ୨୦୧୨ରେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ।

ରାଜସ୍ଥାନ ରୟାଲ୍ସ ସନ୍ଦୀପ ଶର୍ମାଙ୍କୁ ମଧ୍ୟ ରିଟେନ କରିପାରେ । ସନ୍ଦୀପ ଟିମ୍ ଇଣ୍ଡିଆ ପାଇଁ ମାତ୍ର ୨ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ସେ ୨୦୧୫ରେ ଡେବ୍ୟୁ କରିଥିଲେ ଏବଂ ସେହି ବର୍ଷ ହିଁ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଘରୋଇ କ୍ରିକେଟରେ ସନ୍ଦୀପଙ୍କର ଭଲ ରେକର୍ଡ ରହିଛି । ସେ ଆଇପିଏଲରେ ମଧ୍ୟ ଘାତକ ବୋଲିଂ କରିଛନ୍ତି । ୧୨୬ଟି ଆଇପିଏଲ ମ୍ୟାଚରେ ସନ୍ଦୀପ ୧୩୭ଟି ୱିକେଟ୍ ନେଇଛନ୍ତି।

କହିରଖୁଛୁ କି ଅନକ୍ୟାପଡ ପ୍ଲେୟରଙ୍କ ମୂଲ୍ୟ ୪ କୋଟି ଟଙ୍କା ହୋଇପାରେ । ସେହିପରି କ୍ୟାପଡ ପ୍ଲେୟରଙ୍କ ପାଇଁ ୧୮କୋଟି ଟଙ୍କା ସହିତ କାଟାଗୋରୀ ମଧ୍ୟ ସ୍ଥିର କରାଯାଇଛି । ଆଗାମୀ ଆଇପିଏଲ ନିଲାମରେ ଫ୍ରାଞ୍ଚାଇଜ୍ଙ୍କ ପର୍ସରେ ଅଧିକ ଟଙ୍କା ମିଳିବ । ଏହି ମୂଲ୍ୟକୁ ୧୨୦ କୋଟିକୁ ବୃଦ୍ଧି କରାଯାଇଛି । ତେଣୁ ଖେଳାଳିମାନେ ଏଥିରେ ବେଶ୍ ଉପକୃତ ହେବେ । ପ୍ଲେୟର୍ସଙ୍କୁ କଣ୍ଟ୍ରାକ୍ଟରେ ମିଳୁଥିବା ପରିମାଣ ସହିତ ପ୍ଲେୟରଙ୍କୁ ମିଳିବ ମ୍ୟାଚ୍ ଫି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.