LIVE TV

ଇଣ୍ଟର ମେଡିକାଲ କଲେଜ ମିଟରେ ଗଣ୍ଡଗୋଳ ଘଟଣା, ଚଳିତ ବର୍ଷ ମିଟ୍‌ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ଛାତ୍ରଛାତ୍ରୀଙ୍କ ପ୍ରତିବାଦ

NEWS7
sarapancha-allegation-against-bdo

ଚଳିତ ବର୍ଷ ଇଣ୍ଟର ମେଡିକାଲ କଲେଜ ମିଟ ବନ୍ଦ ନେଇ ନିଷ୍ପତ୍ତି ନେଇଥିବା କହିଛନ୍ତି ଡିନ ପ୍ରଫେସର ଡାକ୍ତର ସୁଚିତ୍ରା ଦାସ। ହେଲେ ଇଣ୍ଟର ମେଡିକାଲ କଲେଜ ମିଟ୍ ବନ୍ଦକୁ ପ୍ରତିବାଦ କରି ଧାରଣାରେ ବସିଛନ୍ତି ଡାକ୍ତର ଛାତ୍ରଛାତ୍ରୀ ।

ସୂଚନାଥାଉକି, ସୋମବାର ସନ୍ଧ୍ୟାରେ ବୁର୍ଲା, କଟକ ଏସସିବି ମେଡିକାଲର ଛାତ୍ରଛାତ୍ରୀମାନେ ଏମକେସିଜି ମେଡିକାଲକୁ ଆସିଥିଲେ। କଟକ ଓ ବୁର୍ଲା ଛାତ୍ରମାନଙ୍କ ସହ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଛାତ୍ର ମାନଙ୍କ ସହ ଗଣ୍ଡଗୋଳ ହୋଇଥିଲା।

ଏମକେସିଜି ମେଡିକାଲ କଲେଜ ୩ ନମ୍ବର ହଷ୍ଟେଲ ସମ୍ମୁଖରେ ହୋଇଥିବା ଗଣ୍ଡଗୋଳରେ କଟକ ଏସସିବି ମେଡିକାଲ, ବୁର୍ଲା ମେଡ଼ିକାଲ ଓ ଏମକେସିଜି ମେଡିକାଲ କଲେଜର କିଛି ଛାତ୍ର ଆହତ ହୋଇଥିଲେ। ତେବେ ବିଳମ୍ବିତ ରାତିରେ ଏମକେସିଜି ମେଡିକାଲରେ ଚିକିତ୍ସିତ ହୋଇ ଫେରିଥିଲେ ଛାତ୍ର।

ଏମିତିରେ ଏହି ଘଟଣାକୁ ନେଇ ମଙ୍ଗଳବାର ଅପରାହ୍ନରୁ ଏମକେସିଜି ମେଡିକାଲ କଲେଜରେ ଗୁରତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଆଉ ବୈଠକ ମିଟ୍‌ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଏହାକୁ ବିରୋଧ କରି ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ। ସେମାନେ ଦାବି କରିଛନ୍ତି ଇଣ୍ଟର ମେଡିକାଲ କଲେଜ ମିଟ ବନ୍ଦ ନକରି ଚାଲୁ ରଖାଯାଉ।