ମହିଳା ସୁରକ୍ଷା ଆଇନକୁ ନେଇ ସୁପ୍ରିମକୋର୍ଟ କଠୋର ; ଅପବ୍ୟବହାର କଲେ ଜେଲ୍ ଏବଂ ଜରିମାନା

Published By : Prameya-News7 Bureau | December 11, 2024 IST

ନୂଆଦିଲ୍ଲୀ: ମହିଳା ସୁରାକ୍ଷା ଆଇନର ଅପବ୍ୟବହାର ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । କୌଣସି ମହିଳା ବିଏନଏସ-୮୬ର ଅପବ୍ୟବହାର କରିପାରିବେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ଏହି ଆଇନ କେବଳ ମହିଳାଙ୍କ ସୁରକ୍ଷା ପାଇଁ ରହିଛି । ବ୍ୟକ୍ତିଗତ କାରଣ ପାଇଁ ଏହି ଆଇନର ଅମାନ୍ୟ ପରେ ୩ ବର୍ଷ ଜେଲ୍ ଏବଂ ଜରିମାନା ବ୍ୟବସ୍ଥା ରହିଛି । ବେଙ୍ଗାଳୁରୁ ଏଆଇ ଇଞ୍ଜିନିୟର ଅତୁଲ ସୁବାଷଙ୍କ ସୁଇସାଇଡକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ବଡ଼ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ ।   

ଜଷ୍ଟିସ ବିଏନ୍ ନାଗାରଥନ ଓ ଜଷ୍ଟିସ ଏନ କୋଟିସୱାର ସିଂହଙ୍କ ଗଠିତ ବେଞ୍ଚ କହିଛନ୍ତି, ମହିଳାଙ୍କ ସୁରକ୍ଷା ତଥା ସେମାନଙ୍କୁ ଘରୋଇ ହିଂସାରୁ ସୁରକ୍ଷା ଦେବା ପାଇଁ ବ୍ୟବସ୍ଥା ରହିଛି  । ମାତ୍ର ଏବେ ଏହାର ଅପବ୍ୟବହାର ଏବେ ଦେଖିବାକୁ ମିଳୁଛି । କିଛି ମହିଳା ତାଙ୍କ ସ୍ବାମୀ ଓ ପରିବାରକୁ ଅଯଥା ବିଭିନ୍ନ ଦାବି କରି ଅସୁବିଧାରେ ପକାଉଛନ୍ତି  । ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଜଣେ ମହିଳା ତାଙ୍କ ସୁରକ୍ଷା ଆଇନକୁ ସ୍ବାମୀଙ୍କ ବିରୋଧରେ ବ୍ୟବହାର କରିପାରିବେ ନାହିଁ । ଧାରା ୪୯୮ (ଏ)ରେ ଜଣେ ମହିଳା ତାଙ୍କ ସ୍ବାମୀ କିମ୍ବା ପରିବାର ବିରୋଧରେ ଏପରି ନକରିବାକୁ ଉଲ୍ଲେଖ୍ୟ ରହିଛି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.