ମୁନିଗୁଡା ଗସ୍ତରେ ସ୍କୁଲ ଓ ଗଣଶିକ୍ଷା ଆୟୋଗ ସଚିବ, ବିଭିନ୍ନ ପ୍ରକଳ୍ପର ପରିଦର୍ଶନ

Published By : Prameya-News7 Bureau | September 25, 2024 IST

ମୁନିଗୁଡା ୨୫।୯: ରାଜ୍ୟ ସରକାରଙ୍କ ତରଫରୁ ପ୍ରତି ଜିଲ୍ଲା ଗସ୍ତ କରି ଉନ୍ନୟନ କାର୍ଯ୍ୟର ସମୀକ୍ଷା ଦାୟିତ୍ୱ ଜଣେ ଜଣେ ସଚିବକୁ ନ୍ୟସ୍ତ କରାଯାଇଛି । ରାୟଗଡ଼ା ଜିଲ୍ଲା ଦାୟିତ୍ୱରେ ଥିବା ସ୍କୁଲ ଓ ଗଣଶିକ୍ଷା ଆୟୋଗ ତଥା ସଚିବ ଶାଲିନୀ ପଣ୍ଡିତ ଦିନିକିଆ ରାୟଗଡା ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବୁଲିଦେଖିବା ସହ ରୋଗୀ ଓ ଡାକ୍ତରଙ୍କୁ ପଚାରି ବୁଝିଛନ୍ତି । ଏହା ବ୍ୟତୀତ ନୂତନ ଭାବେ ନିର୍ମାଣାଧୀନ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା, ଛତୁଆ ପ୍ରସ୍ତୁତି କେନ୍ଦ୍ର ଓ ଏସଏଚଜି ଦ୍ୱାରା ପରିଚାଳିତ ସିଲେଇ କେନ୍ଦ୍ର ପରିଦର୍ଶନ କରିଛନ୍ତି । ପରେ ପରେ ବିଷମକଟକ, ରାମନାଗୁଡ଼ା ଓ ପଦ୍ମପୁର ବ୍ଲକ ଗସ୍ତ କରିଛନ୍ତି । ସଚିବଙ୍କ ସହ ରାୟଗଡା ଜିଲ୍ଲାପାଳ ପାରୁଲ ପଟୱାରି ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତି ଥିଲେ ।

You Can Read:

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.