ଶିକ୍ଷକ ଅଭାବକୁ ନେଇ ସ୍କୁଲରେ ତାଲା, ଗେଟ୍‌ ସମ୍ମୁଖରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

Published By : Prameya-News7 Bureau | April 10, 2025 IST

ଆଠଗଡ଼ ୧୦: ଶିକ୍ଷକ ଅଭାବକୁ ନେଇ ସ୍କୁଲରେ ତାଲା । ସ୍କୁଲ ସମ୍ମୁଖରେ ନିଯୁକ୍ତି ନେଇ ଦେଲେ ଧାରଣା । କଟକ ନରସିଂହପୁର ବ୍ଲକ୍ ଅନ୍ତର୍ଗତ ବୋକଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । 

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନରସିଂହପୁର ବ୍ଲକ ଶିକ୍ଷା ଅଧିନରେ ଥିବା ମାଳିସାହି ପ୍ରାଥମିକ ବିଦ୍ୟାଳୟରେ ତିନୋଟି ଶ୍ରେଣୀ ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ୬୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ତିନୋଟି ଶ୍ରେଣୀକୁ ମାତ୍ର ଦୁଇ ଜଣ ଶିକ୍ଷକ ପଢାଉଥିବା ବେଳେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିବା ନେଇ ଅଭିଭାବକ ମାନେ ପ୍ରତିବାଦ କରିଛନ୍ତି । ବାରମ୍ବାର ବ୍ଲକ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଯାହା ଫଳରେ ତାଲା ପକାଇ ସ୍କୁଲ ସମ୍ମୁଖରେ ଅଭିଭାବକ ମାନେ ଧାରଣା ଦେଇଛନ୍ତି ।

You Can Read:

ଗାଁ ଶ୍ମଶାନରେ ପୋତିଦେଇ ଆସିଥିଲେ ମା’ଙ୍କ ଶବ, ଦଶାହ କର୍ମ ବେଳକୁ ମୃତଦେହ ଗାଏବ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.