ସମ୍ବଲପୁର ଜିଲ୍ଲାରେ ଜାରି ହେଲା ୧୪୪ ଧାରା, ୨୬ ତାରିଖ ପର୍ଯ୍ୟନ୍ତ ରହିବ ବଳବତ୍ତର

Published By : Prameya-News7 Bureau | May 24, 2024 IST

ସମ୍ବଲପୁର ୨୪।୫: ସମ୍ବଲପୁର ଆଇଜି କାର୍ଯ୍ଯାଳୟରେ ଉତ୍ତରାଂଚଳ ଆରଡିସି ଶ୍ରୀକାନ୍ତ ପୃଷ୍ଟି ଓ ଆଇଜି ହିମାଂଶୁ ଲାଲ, ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରଓ୍ବାଲ, ସମ୍ବଲପୁରଏସପିଙ୍କ ସାମ୍ବାଦିକ ସମ୍ମିଳନୀ । ଶନିବାର ସମ୍ବଲପୁର ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେବ । ୪ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୯୮୪ଟି ବୁଥ ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତନ୍ମମଧ୍ଯରୁ ୫୬୮ ବୁଥ୍ ଅର୍ଥାତ ୬୦ ପ୍ରତିଶତ ବୁଥରେ ଓ୍ବେବ କାଷ୍ଟିଂ ବ୍ଯବସ୍ଥା ରହିଛି । ଏନେଇ ଜିଲ୍ଲା ମୁଖ୍ଯାଳୟରେ ଏକ କଣ୍ଟ୍ରୋଲ ରୁମ ଖୋଲାଯାଇଛି । 

ଶୁକ୍ରବାର ସକାଳୁ ଜିଲ୍ଲାରେ ୧୪୪ ଧାରା ଲାଗୁ ହୋଇଥିବା ବେଳେ ୨୬ ତାରିଖ ସକାଳ ପର୍ଯ୍ଯନ୍ତ ଏହା ବଳବତ୍ତର ରହିବ । ଜିଲ୍ଲାରେ ସମୁଦାୟ ୨୮୦୦ ପୋଲିସ କର୍ମଚାରୀ ମୁତୟନ ହୋଇଥିବା ବେଳେ ୧୨ କମ୍ପାନୀ ସିଆରପିଏଫ, ରାଜ୍ଯ ପୋଲିସର ୧୫ ପ୍ଲାଟୁନ,   ଛତିଶଗଡର ୪ଶହ ପୋଲିସ କର୍ମଚାରୀ, ୩ ପ୍ଲାଟୁନ ଏସଓଜି ମୁତୟନ ହୋଇଛନ୍ତି । ଜିଲ୍ଲାରେ ୧୭ଟି ଚେକ୍ ପୋଷ୍ଟ କରାଯାଇଥିବା ବେଳେ ଚେକିଂ ଜୋରଦାର ହେଉଛି । ଜିଲ୍ଲାରେ ୧୭୦ ସମ୍ବେଦନଶୀଳ ଅଂଚଳ ଚିହ୍ନଟ ହୋଇଛି । ସେହିପରି ୧୮୯ ଆଦର୍ଶ ବୁଥ ରହିଥିବା ବେଳେ ତନ୍ମଧ୍ଯରୁ ୧୨୨ଟି ସଖୀ ବୁଥ ରହିଛି । କୁଚିଣ୍ଡା, ରେଙ୍ଗାଲି ଓ ରେଢାଖୋଲରେ ଗୋଟିଏ ଲେଖାଏଁ ଭୋଟ୍ ବର୍ଜନର ଦାବି ଆସିଥିବା ବେଳେ ସେମାନଙ୍କୁ ବୁଝାସୁଝା କରାଯାଇଥିବା ଜିଲ୍ଲାପାଳ କହିଛନ୍ତି ।

You Can Read :

IAS ଅରବିନ୍ଦ ପାଢ଼ୀଙ୍କୁ ନୂଆ ଦାୟିତ୍ବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନେଲେ ଅତିରିକ୍ତ ଦାୟିତ୍ବ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.