ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ପୋଲିସ ଛାଉଣୀ ହେବ ରାଜଧାନୀ, ସୁରକ୍ଷା ଦାୟିତ୍ବରେ ରହିବେ ଏସିପି ଏବଂ ଆଇଆଇସି

Published By : Prameya-News7 Bureau | September 12, 2024 IST

ଖୋର୍ଦ୍ଧା ୧୨।୯: ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ପୋଲିସ ଛାଉଣୀରେ ରହିବ ରାଜଧାନୀ ଭୁବନେଶ୍ବର । ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ୍ ପୋଲିସ । ଏନେଇ ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ଗୁରତ୍ବପୂର୍ଣ୍ଣ ବୈଠକ ବସିଥିଲା । ଏୟାରପୋର୍ଟରୁ ଜନତା ମଇଦାନ ପର୍ଯ୍ୟନ୍ତ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ବ୍ଲୁ ବୁକ୍ ଅନୁଯାୟୀ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯିବ । 

ଜନତା ମଇଦାନକୁ ନିଜ ଅକ୍ତିଆରକୁ ନେଇଛି ପୋଲିସ । ସେଠାରେ ଏକ ଅସ୍ଥାୟୀ ପୋଲିସ କ୍ୟାମ୍ପ କରାଯାଇଛି । ସମାବେଶରେ ଅଧିକ ସଂଖ୍ୟକ ମହିଳା ଆସିବାକୁ ଥିବାରୁ ମହିଳା ପୋଲିସ ନିୟୋଜିତ ହେବେ । ବମ୍ ସ୍କ୍ବାଡ୍, ଡଗ୍ ସ୍କ୍ବାଡ୍ ସମ୍ପୂର୍ଣ୍ଣ ଅଞ୍ଚଳ ବୁଲି ତାଦରଖ କରିବେ । ଭୁବନେଶ୍ବର ୟୁପିଡିର ପ୍ରତ୍ୟେକ ଜୋନ୍‌ ଏସିପି ଏବଂ ଆଇଆଇସି ସୁରକ୍ଷା ଦାୟିତ୍ବରେ ରହିବେ । 

You Can Read:

ସିଲ୍ ହେଲା ଜନସେବା କେନ୍ଦ୍ର, 'ସୁଭଦ୍ରା' ଫର୍ମ ଡିଜିଟାଇଜେସନ୍ ପାଇଁ ଟଙ୍କା ମାଗୁଥିବା ଅଭିଯୋଗ ପରେ ଆକ୍ସନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.