କାର୍ଯ୍ୟରେ ଯୋଗଦେଲେ OPSC ଅଧ୍ୟକ୍ଷ ଅରୁଣ ଷଡ଼ଙ୍ଗୀ, କହିଲେ- ପରୀକ୍ଷାରେ ସ୍ବଚ୍ଛତାକୁ ଦେବେ ପ୍ରାଥମିକତା

Published By : Prameya-News7 Bureau | October 08, 2024 IST

କଟକ ୮।୧୦: ଓଡ଼ିଶା ଲୋକ ସେବା ଆୟୋଗ ବା ଓପିଏସସିର ଅଧ୍ୟକ୍ଷ ଭାବେ କାର୍ଯ୍ୟରେ ଯୋଗଦେଲେ ବରିଷ୍ଠ ଆଇପିଏସ ଅଧିକାରୀ ଅରୁଣ ଷଡ଼ଙ୍ଗୀ । ସୋମବାର ପୋଲିସ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ଅରୁଣ ଷଡ଼ଙ୍ଗୀ ଓପିଏସସିର ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଅରୁଣ ଷଡ଼ଙ୍ଗୀ ଓପିଏସସି କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ପ୍ରଥମେ ଗାର୍ଡ ଅଫ ଅନର୍ ପ୍ରଦାନ କରାଯାଇଥିଲା । ପରେ ସେ ଯାଇ କାର୍ଯ୍ୟରେ ଯୋଗ ଦେଇଥିଲେ । 

କାର୍ଯ୍ୟରେ ଯୋଗଦେବା ପରେ ଅରୁଣ ଷଡ଼ଙ୍ଗୀ ନିଜ ପ୍ରତିକ୍ରିୟାରେ କହିଥିଲେ ତାଙ୍କୁ ଯେଉଁ ଦାୟିତ୍ଵ ମିଳିଛି ସମସ୍ତଙ୍କ ସହଯୋଗରେ ସୁଚାରୁ ରୂପେ ତୁଲାଇବେ । ଏଥି ସହ ବିଭିନ୍ନ ଚାକିରି କ୍ଷେତ୍ରରେ ହେଉଥିବା ପରୀକ୍ଷାରେ କିଭଳି ସ୍ୱଚ୍ଛତା ଆସିବ ସେ ଦିଗରେ ପ୍ରାଥମିକତା ଦେବେ । ଏଥି ସହ ଯେଉଁମାନେ ଚାକିରି ପାଇଁ ଟଙ୍କା ଦେଇ ଚାକିରି କରିବେ ଭାବୁଛନ୍ତି ସେମାନେ ନିଜେ ଠକାମୀ କରିବା ସହ ଠକାମୀର ଶିକାର ହେଉଛନ୍ତି ବୋଲି ଅରୁଣ ଷଡଙ୍ଗୀ କହିଛନ୍ତି । ତେବେ ସାଢେ ତେତିଶ ବର୍ଷ ପୋଲିସ ଚାକିରି କ୍ଷେତ୍ରରେ ପୋଲିସ ଡ୍ରେସ ତାଙ୍କର ପରିଚୟ ହୋଇଯାଇଥଲା । ତାକୁ ଓହ୍ଲାଇବା କଷ୍ଟ ଦେଇଥିଲା । ଶକ୍ତି ଜୁଟାଇ ତାକୁ ଓହ୍ଲାଇଛି ବୋଲି ଅରୁଣ ଷଡ଼ଙ୍ଗୀ କହିଛନ୍ତି ।

You Can Read:

ହାଇକୋର୍ଟରେ ଏଡିଜି ଦୟାଲ ଗଙ୍ଗ୍‌ଓ୍ବାର ହାଜର, ଥାନାରେ ପୋଲିସ ବ୍ୟବହାର ସମ୍ପର୍କରେ ଜାରି ହେବ ଏସ୍‌ଓପି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.