ଭୁବନେଶ୍ବର ୧୯।୪: ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ପରଲୋକ ଘଟିଛି । ଶନିବାର ଭୋରରୁ ତାଙ୍କ ପରଲୋକ ଘଟିଛି । କିଛି ଦିନ ଧରି ସେ ଅସୁସ୍ଥ ଥିବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
ରତିକାନ୍ତ ମହାନ୍ତି ବିଭିନ୍ନ ଆଞ୍ଚଳିକ ଓ ଜାତୀୟ ଗଣମାଧ୍ୟମର ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ । ଦୀର୍ଘ ୪ ଦଶନ୍ଧି ଧରି ସେ ସ୍ୱଚ୍ଛ, ନିରପେକ୍ଷ ଏବଂ ନିର୍ଭୀକତାର ସହ ସାମ୍ବାଦିକତା କରୁଥିଲେ । ସେ ଜଣେ ପରୋପକାରୀ, ସ୍ନେହୀ, ସରଳ ଜୀବନଯାପନ କରୁଥିବା ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।
You Can Read:
୧୫ ବର୍ଷର ଗର୍ଭବତୀ ଝିଅକୁ ପୋଡ଼ି ମାରିଦେଇଥିଲେ ବାପା-ମା’, ଆଜୀବନ ଜେଲ୍ ଦଣ୍ଡାଦେଶ ଦେଲେ କୋର୍ଟ