ମିଥୁନ ରାଶି ବ୍ୟକ୍ତିଙ୍କୁ ବ୍ୟବସାୟରେ ଉନ୍ନତି ମିଳିବ, କୌଣସି ନୂତନ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ଅଛି

NEWS7
senior-leader-sura-routray-resigns-from-the-post-of-congress

ମେଷ- ସାଧାରଣତନ୍ତ୍ର ଦିବସ ହେତୁ ମନରେ ଦେଶପ୍ରେମ ଜାଗ୍ରତ ହେବ ଏବଂ କୌଣସି ଶୁଭ ଖବର ମିଳିବ। କର୍ମକ୍ଷେତ୍ରରେ ଆପଣଙ୍କର ଦକ୍ଷତା ପ୍ରତିପାଦିତ ହେବା ସହ ସାମାଜିକ ସମ୍ମାନ ବୃଦ୍ଧି ପାଇବ। ପରିବାରରେ ହସଖୁସିର ପରିବେଶ ରହିବା ସହ ଦିନଟି ଉତ୍ସାହରେ କଟିବ।

ବୃଷ- ଆୟ ବୃଦ୍ଧି ହେବା ସହ ଆର୍ଥିକ ସ୍ଥିତିରେ ଉଲ୍ଲେଖନୀୟ ସୁଧାର ଆସିବ। ନୂତନ କର୍ମ ନିଯୁକ୍ତି ପାଇଁ ସୁଯୋଗ ମିଳିବା ସହ ପୁରୁଣା ବନ୍ଧୁଙ୍କ ସହଯୋଗ ପାଇବେ। ମନ ପ୍ରଫୁଲ୍ଲ ରହିବା ସହ ସମସ୍ତ ଅଟକି ଥିବା କାର୍ଯ୍ୟ ସଫଳ ହେବ।

ମିଥୁନ- ସାମାଜିକ କାର୍ଯ୍ୟରେ ଯୋଗ ଦେଇ ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହେବେ। ବ୍ୟବସାୟରେ ଉନ୍ନତି ହେବା ସହ କୌଣସି ନୂତନ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ଅଛି। ଶରୀର ସୁସ୍ଥ ରହିବ ଏବଂ ମାନସିକ ଶାନ୍ତି ସହ ଦିନଟି ଆନନ୍ଦରେ କଟିବ।

କର୍କଟ- ଅଯଥା ଦୂର ଯାତ୍ରାରୁ ନିବୃତ୍ତ ରୁହନ୍ତୁ ଏବଂ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ପାରିବାରିକ ସମସ୍ୟାର ସମାଧାନ ହେବା ସହ ଘରେ ମାନସିକ ଶାନ୍ତି ପ୍ରାପ୍ତ ହେବ। ପୂଜା ପାଠରେ ମନ ନିବେଶ କଲେ ଆପଣଙ୍କୁ ଶୁଭ ଫଳ ମିଳିବ।

ସିଂହ- ଶତ୍ରୁମାନେ ପରାସ୍ତ ହେବେ ଏବଂ କର୍ମକ୍ଷେତ୍ରରେ ଆପଣଙ୍କର ପରାକ୍ରମ ବୃଦ୍ଧି ପାଇବ। ରାଜନୈତିକ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ବହୁତ ଶୁଭ ରହିବ। ଦ୍ରବ୍ୟ ପ୍ରାପ୍ତିର ଯୋଗ ରହିବା ସହ ମନରେ ନୂତନ ଉତ୍ସାହ ଜାଗ୍ରତ ହେବ।

କନ୍ୟା- ନିଜର କର୍ମକ୍ଷେତ୍ରରେ ଉପଯୁକ୍ତ ପ୍ରଶଂସା ଓ ପଦ ମର୍ଯ୍ୟାଦା ମିଳିବ। ସନ୍ତାନମାନଙ୍କ ସଫଳତା ଓ ଉନ୍ନତି ଦେଖି ମନରେ ଅତ୍ୟଧିକ ଗର୍ବ ଅନୁଭବ କରିବେ। ଆର୍ଥିକ ଦିଗଟି ସନ୍ତୋଷଜନକ ରହିବା ସହ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ।

ତୁଳା- ପରିବାର ସହ ସମୟ ଅତିବାହିତ କରିବା ପାଇଁ ଆପଣଙ୍କୁ ଶୁଭ ସୁଯୋଗ ମିଳିବ। ନୂତନ ଆଭୂଷଣ କ୍ରୟ କରିବା ସହ ଘରକୁ ପ୍ରିୟ ଅତିଥିଙ୍କ ଆଗମନ ହୋଇପାରେ। ପ୍ରେମ ସମ୍ପର୍କରେ ନିବିଡ଼ତା ଆସିବ ଏବଂ ମନ ସାରା ଦିନ ଶାନ୍ତ ରହିବ।

ବିଛା- ସାମାନ୍ୟ ସତର୍କ ରୁହନ୍ତୁ ଏବଂ ଅଯଥା ଯୁକ୍ତିତର୍କରୁ ନିଜକୁ ଦୂରେଇ ରଖନ୍ତୁ। ଯାନବାହନ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରିବା ଆପଣଙ୍କ ପାଇଁ ଜରୁରୀ ଅଟେ। ଶରୀରରେ ସାମାନ୍ୟ କଷ୍ଟ ଅନୁଭବ କରିପାରନ୍ତି ତେଣୁ ବିଶ୍ରାମ ନିଅନ୍ତୁ।

ଧନୁ- ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବା ଦ୍ୱାରା ସମସ୍ତ ଅଟକି ଥିବା କାମ ପୂର୍ଣ୍ଣ ହେବ। ଧାର୍ମିକ କାର୍ଯ୍ୟରେ ଯୋଗ ଦେବା ସହ ମନରେ ଏକ ନୂତନ ପ୍ରକାର ଉତ୍ସାହ ଦେଖାଦେବ। ବନ୍ଧୁ ମିଳନ ଯୋଗୁ ଖୁସି ବହୁଗୁଣିତ ହୋଇଯିବ।

ମକର- ବ୍ୟବସାୟରେ ଆଶାଜନକ ଲାଭ ମିଳିବା ସହ ବହୁତ ସଫଳତା ପାଇବେ। ନୂତନ ଗୃହ କିମ୍ବା ଯାନବାହନ ସମ୍ବନ୍ଧୀୟ କୌଣସି ଯୋଜନାରେ ସଫଳ ହୋଇପାରେ। ଶାରୀରିକ ସୁସ୍ଥତା ଅନୁଭବ କରିବା ସହ କର୍ମରେ ଏକାଗ୍ରତା ବୃଦ୍ଧି ପାଇବ।

କୁମ୍ଭ- ସମାଜରେ ସମ୍ମାନିତ ହେବା ସହ ନୂତନ କର୍ମ ନିଯୁକ୍ତିର ଶୁଭ ଯୋଗ ରହିଛି। ଆର୍ଥିକ କାରବାରରେ ସଫଳ ହେବେ ଏବଂ କୌଣସି ସୂତ୍ରରୁ ଶୁଭ ସମାଚାର ପ୍ରାପ୍ତି ହେବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବା ସହ ମନ ପ୍ରଫୁଲ୍ଲ ରହିବ।

ମୀନ- ସମସ୍ତ ମନୋସ୍କାମନା ପୂର୍ଣ୍ଣ ହେବା ସହ ମାନସିକ ସନ୍ତୋଷ ମିଳିବ। କର୍ମକ୍ଷେତ୍ରରେ ଉନ୍ନତି ହେବା ସହ ଉପରିସ୍ଥ ଅଧିକାରୀଙ୍କଠାରୁ ସମ୍ପୂର୍ଣ୍ଣ ସହଯୋଗ ପାଇବେ। ଦିନଟି ବହୁତ ଶୁଭଫଳ ପ୍ରଦାନ କରିବା ସହ ଆୟରେ ଶ୍ରୀ ବୃଦ୍ଧି ହେବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682