ଅନ୍ୟ ଜିଲ୍ଲାର ଠିକାଦାରଙ୍କୁ ବଲାଙ୍ଗିରରେ ଟେଣ୍ଡର ନପକାଇବାକୁ ଦାବି, ପୂରଣ ନହେଲେ ଆନ୍ଦୋଳନ ଚେତାବନୀ ଦେଲା ଜିଲ୍ଲା ଠିକାଦାର ସଂଘ

NEWS7
series-accident-in-palasuni-chhak-of-bhubaneswar

ବଲାଙ୍ଗିର: ‘‘ଜିଲ୍ଲାରେ ବାହାର ଜିଲ୍ଲା ଠିକାଦାରକୁ ମନା। ଆମେ ଅନ୍ୟ ଜିଲ୍ଲାରେ ଟେଣ୍ଡର ପକାଇବୁ ନାହିଁ। ତେଣୁ ଅନ୍ୟ ଜିଲ୍ଲାର ଠିକାଦାରମାନେ ମଧ୍ୟ ବଲାଙ୍ଗିର ଜିଲ୍ଲାରେ ଟେଣ୍ଡର ପକାନ୍ତୁ ନାହିଁ।’’ ଏହାସହ ସିଡ୍ୟୁଲ ରେଟ ଠାରୁ କମ୍ ମୂଲ୍ୟରେ ଟେଣ୍ଡର ନପକାଇବାକୁ ଫତଓ୍ବା ଜାରି କରିଛି ବଲାଙ୍ଗିର ଜିଲ୍ଲା ଠିକାଦାର ସଂଘ।

ଏନେଇ ସୋମବାର ଠିକାଦାର ସଂଘ ତରଫରୁ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ସମସ୍ତ ଠିକାଦାର ଏନେଇ ପୂର୍ବରୁ ବିଭାଗୀୟ ଅଧିକାରୀଙ୍କୁ ତାଗିତ କରିଥିଲେ ହେଁ, ଅଧିକାରୀ ଏନେଇ କୌଣସି ସମସ୍ୟାର ସମାଧାନ କରିନଥିବାରୁ ଏଭଳି ସାମ୍ବାଦିକ ସମ୍ବିଳନୀରେ ଚେତାବନୀ ଦେଇଛନ୍ତି ଠିକାଦାରମାନେ। ଆଗକୁ ଦାବି ପୂରଣ ନହେଲେ ଆନ୍ଦୋଳନ ହେବ ବୋଲି ମଧ୍ୟ ଚେତାବନୀ ଦେଇଛି ସଂଘ।