ଉଦଳା ୨୭/୧୨: ରାତିରେ ମାତିଲେ ଲୁଟେରା । ୪ଟି ମନ୍ଦିରରୁ ସିରିଜ୍ ଲୁଟ୍ । ଲକ୍ଷାଧିକ ଟଙ୍କାର ସୁନା,ରୁପା ଅଳଙ୍କାର ଓ ନଗଦ ଟଙ୍କା ଲୁଟ୍ । ପୋଲିସର ତନାଘନା । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା କପ୍ତିପଦା ବଜାରରେ ଥିବା ଲକ୍ଷ୍ମୀ ମନ୍ଦିର, ପାର୍ବତୀ ମନ୍ଦିର, ମଙ୍ଗଳା ମନ୍ଦିର ଓ ଚଣ୍ଡୀ ମନ୍ଦିରରେ କଳାକନା ବୁଲାଇଛନ୍ତି ଲୁଟେରା ।
ପ୍ରଥମେ ମନ୍ଦିରର ମୁଖ୍ୟ ଗେଟ ତାଲା ଭାଙ୍ଗି ଠାକୁରଙ୍କ ମୁକୁଟ, ନଥ, ଚିତା ସହ ଅନ୍ୟ ପୂଜା ସାମଗ୍ରୀ ନେଇଯାଇଛନ୍ତି । ଏତିକିରେ ସେମାନଙ୍କ କାର୍ନାମା ସରିନି, ମନ୍ଦିରର ହୁଣ୍ଡି ଭାଙ୍ଗି ଦାନ ଅର୍ଥ ମଧ୍ୟ ଲୁଟି ନେଇଯାଇଛନ୍ତି । ସମାନ ଢଙ୍ଗରେ ଏକକାଳୀନ ୪ଟି ମନ୍ଦିରରୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ ।
ପ୍ରାୟ ଲକ୍ଷାଧିକ ଟଙ୍କାର ସୁନା,ରୁପା ଅଳଙ୍କାର ଓ ନଗଦ ଟଙ୍କା ଲୁଟ୍ ହୋଇଥିବା ନେଇ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଛି ମନ୍ଦିର କମିଟି । ଅଭିଯୋଗ ଆଧାରରେ ଚୋରଙ୍କୁ ଧରିବାକୁ ପୋଲିସ ଚଳାଇଛି ତନାଘନା ।