ମହାନଦୀରେ ଡ଼ଙ୍ଗା ବୁଡି ଜଣେ ମୃତ, ୬ ନିଖୋଜ ; ଡଙ୍ଗାରେ ଥିଲେ ୫୦ ଜଣ

Published By : Prameya-News7 Bureau | April 19, 2024 IST

ଝାରସୁଗୁଡା ୧।୪: ମହାନଦୀରେ ବୁଡ଼ିଲା ଡ଼ଙ୍ଗା l ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଶରଧାରୁ ଲୋକେ ବରଗଡ଼ ଜିଲ୍ଲା ବାଞ୍ଜିପାଲିକୁ ଯାଉଥିବା ବେଳେ ବୁଡ଼ିଲା ଡ଼ଙ୍ଗା l ଡ଼ଙ୍ଗାରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ମହିଳା, ପୁରୁଷ ଓ ଛୋଟ ଛୁଆ ଥିବା ସୂଚନା ମିଳିଛି l ନିକଟରେ ଥିବା ମାଛ ଧରାଳି ଡ଼ଙ୍ଗା ଗୁଡିକ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି l ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ନିଖୋଜ ଥିବା ସୂଚନା ମିଳିଛି । 

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଅପରାହ୍ନରେ ଘଟିଛି ବଡ଼ ଦୁର୍ଘଟଣା । ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ବାଂଝିପାଲିରୁ ମହାନଦୀ ଘାଟରୁ ଡଙ୍ଗାରେ ଆସୁଥିଲେ ପ୍ରାୟ ୫୦ ଜଣ ଯାତ୍ରୀ । ସେମାନେ ଝାରସୁଗୁଡା ଜିଲ୍ଲା ଶରଧା ନିକଟସ୍ଥ ଘାଟକୁ ଆସୁଥିବା ବେଳେ ଅଧିକ ଯାତ୍ରୀ ଥିବାରୁ ମହାନଦୀ ମଝିରେ ଡଙ୍ଗା ଓଲଟି ପଡିଥିଲା । ଫଳରେ ଡଙ୍ଗାରୁ କିଛି ଯାତ୍ରୀ ଡେଇଁ ପଡି ପହଁରି ପହଁରି କୂଳକୁ ଆସିଥିଲେ । କିଛି ଲୋକଙ୍କୁ ଶରଧା ଗାଁର ମତ୍ସ୍ୟଜୀବୀ ମାନେ ଉଦ୍ଧାର କରିଥିଲେ । କିନ୍ତୁ ପହଁରା ଜାଣି ନଥିବା ୮ ଜଣ ବୁଡି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ । ଡଙ୍ଗାବୁଡି ଖବର ପାଇ ବରଗଡ଼ ଓ ଝାରସୁଗୁଡା ଜିଲ୍ଲାରୁ ୪ଟି ଦମକଳ ବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଜିଲ୍ଲା ସଦର ମହକୁମାଠାରୁ ବହୁ ଦୂରରେ ରହିଥିବା ଯୋଗୁଁ ଏହି ଡଙ୍ଗାରେ ବସିଥିବା ସମସ୍ତ ଯାତ୍ରୀ ଛତିଶଗଡ଼ ଖରସିଆ ଗାଁର ବୋଲି ଜଣାପଡିଥିବା ବେଳେ ସେମାନେ ସମସ୍ତେ ବରଗଡ଼ ଜିଲ୍ଲା ପଥରସେମି ଗାଁରେ ଥିବା ଏକ ଦେବୀ ମନ୍ଦିରରେ ମାନସିକ ପୂଜା ସାରି ଫେରୁଥିବା ବେଳେ ଏଭଳି ଏକ ଅଘଟଣ ଘଟିଲା ।

You Can Read :

ପ୍ରାଇଭେଟ୍ ଫାଇନାନ୍ସରୁ ଆଣିଥିଲେ ଋଣ, ପରିଶୋଧ କରିନପାରି ଆତ୍ମହତ୍ୟା କଲେ ଯୁବକ


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.