ୟୁପିର ଏହି ମନ୍ତ୍ରୀ ଭୁଲ୍‌ରେ ନେଇଥିଲି ଭାଇଜାନଙ୍କ ନାଁ, କହିଲେ-ସଲମାନ ନୁହେଁ, ଶାହରୁଖ ହେଉଛନ୍ତି ଦେଶଦ୍ରୋହୀ

NEWS7
seven-month-long-fishing-ban-from-november-1-to-may-31

ନୂଆଦିଲ୍ଲୀ ୧୬।୦୧; ଉତ୍ତର ପ୍ରଦେଶର ମାନ୍ୟତା ପ୍ରାପ୍ତ ମନ୍ତ୍ରୀ ଠାକୁର ରଘୁରାଜ ସିଂହଙ୍କ, ଗୁରୁବାର ଫିଲ୍ମ ଅଭିନେତା ସଲମାନ ଖାନଙ୍କୁ ନେଇ ଏକ ବିବାଦୀୟ କଥା ସାମ୍ନାକୁ ଆସିଛି। ମନ୍ତ୍ରୀ ରଘୁରାଜ ସିଂହ ନିଜର ବିବୃତ୍ତିରେ ସଲମାନ ଖାନଙ୍କୁ ଦେଶଦ୍ରୋହୀ ଦର୍ଶାଇଛନ୍ତି। ସେ କହିଛନ୍ତି, ସଲମାନଙ୍କୁ ପାକିସ୍ତାନୀ ବହୁତ ଭଲ ପାଆନ୍ତି ଏବଂ ଯଦି ଏମିତି ତ ତାଙ୍କୁ ପାକିସ୍ତାନ ଚାଲି ଯିବା ଉଚିତ୍। ମନ୍ତ୍ରୀ ଠାକୁର ରଘୁରାଜ ସିଂହ ଏମିତି ବି କହି ଦେଇ ଥିଲେ ଯେ, ସଲମାନ ଖାନଙ୍କୁ ଫାଶୀ ହେବା ଉଚିତ୍। ସେ ଲୋକଙ୍କୁ ଅପିଲ କରିଛନ୍ତି ଯେ, ସଲମାନ ଖାନଙ୍କ ଫିଲ୍ମ ଦେଖିବାକୁ ଯାଅ ନାହିଁ।

ତାଙ୍କର ଏହି ଟିପ୍ପଣୀ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏବଂ ଏହା ଉପରେ ଆଲୋଚନା ଜୋର ଧରିବା ପରେ ରଘୁରାଜଙ୍କର ଏକ ଟିପ୍ପଣୀ ଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ବିବୃତ୍ତିକୁ ଓଲଟାଇ କହିଛନ୍ତି-ମୁଁ ଅଭିନେତା ଶାହରୁଖ ଖାନଙ୍କ ବିଷୟରେ କହୁଥିଲି। ଭୁଲରେ ସଲମାନଙ୍କ ନାଁ ନେଇଗଲି। ସଲମାନ ଭଲ ଅଭିନେତା। ମନ୍ତ୍ରୀ ରଘୁରାଜ ଅଭିଯୋଗ କରିଛନ୍ତି ଯେ, ସଲମାନ ଖାନ ଭାରତର ହିନ୍ଦୁଙ୍କୁ ଆକର୍ଷିତ କରି ଏଠାରୁ ଟଙ୍କା ଆୟ କରନ୍ତି ଏବଂ ପାକିସ୍ତାନ ଓ ବାଂଲାଦେଶ ସହ ମୁସଲମାନଙ୍କୁ ସମର୍ଥନ କରିଥାନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ସଲମାନ ଖାନ ଦେଶର ଟଙ୍କାକୁ ପାକିସ୍ତାନ ପଠାନ୍ତି। ଏହି ବିବୃତ୍ତି ପରେ ରାଜନୀତିକ ଓ ସାମାଜିକ ଅଞ୍ଚଳରେ ଆଲୋଚନା ଦ୍ରୁତ ହୋଇ ଯାଇଛି। ଏହାପରେ ମନ୍ତ୍ରୀ ଠାକୁର ରଘୁରାଜ ସିଂହଙ୍କ ଦ୍ୱିତୀୟ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ସେ କହୁଛନ୍ତି ଯେ, ସଲମାନଙ୍କ ନାଁ ଭୁଲରେ ନେଇଥିଲେ। ମୁଁ ଶାହରୁଖ ଖାନଙ୍କ ବିଷୟରେ କହୁ ଥିଲି।

ଏବେ ଏହି ଦୁଇଟି ବିବୃତ୍ତି ସୋସିଆଲ ମିଡ଼ିଆର ଖୁବ୍ ଭାଇରାଲ ହେଉଛି। ମନ୍ତ୍ରୀ ରଘୁରାଜ ପୁଣି ଥରେ ନିଜର ବିବାଦୀୟ ଟିପ୍ପଣୀକୁ ନେଇ ସୋସିଆଲ ମିଡ଼ିଆ ଓ ମିଡ଼ିଆରେ ଚର୍ଚ୍ଚାରେ ଅଛନ୍ତି। ଉଲ୍ଲେଖନୀୟ ଯେ, ମନ୍ତ୍ରୀ ରଘୁନାଜ ସିଂହ ପୂର୍ବରୁ ମଧ୍ୟ ବିବାଦୀୟ ବୟାନ ଦେଇଛନ୍ତି। ଏହା ପୂର୍ବରୁ ସେ କହିଥିଲେ ଯେ,ଯେତେ ପଢା ଲେଖା ମୁସଲମାନ , ସେତେ ବଡ଼ ଆତଙ୍କୀ । ତାଙ୍କର ଏହି ବୟାନରେ ମଧ୍ୟ ହଙ୍ଗାମା ସୃଷ୍ଟି ହୋଇଥିଲା।