Naga Chaitanya-Sobhita Wedding: ଆରମ୍ଭ ହେଲା ବିବାହର ପୂର୍ବ ରୀତିନୀତି, ସାମ୍ନାକୁ ଆସିଲା ହଳଦୀ ସେରିମନି

Published By : Prameya-News7 Bureau | November 29, 2024 IST

ମୁମ୍ଵାଇ ୨୯।୧୧; ସାଉଥର ଷ୍ଟାର କପଲ ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା । ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଉଭୟଙ୍କ ବିବାହ ପୂର୍ବ ରୀତିନୀତି ମଧ୍ୟ ଆରମ୍ଭ ହୋଇଛି । ଯାହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି।


ଦକ୍ଷିଣ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ । ଶୋଭିତା ଏବଂ ନାଗାଙ୍କ ବିବାହର ପ୍ରି-ସେଲିବ୍ରେସନ ଆରମ୍ଭ ହୋଇଛି। ଆଜି ଅର୍ଥାତ୍ ୨୯  ନଭେମ୍ବରରେ, କପଲଙ୍କ ହଲଦି ସମାରୋହ ଶେଷ ହୋଇଛି ।  ଯାହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ନାଗା ଚୈତନ୍ୟ ଏବଂ ଶୋଭିତାଙ୍କ ହଲଦି ସମାରୋହ ସେମାନଙ୍କ ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ହୋଇଥିଲା। ଏହି ସମୟରେ କପଲଙ୍କୁ ଟ୍ରାଡିସନାଲ ଗେଟଅପରେ ଦେଖିବାକୁ ମିଳିଥିଲା । ନାଗା ଚୈତନ୍ୟଙ୍କ ଭାବିପତ୍ନୀ ଶୋଭିତା ତାଙ୍କ ହଲଦି ସମାରୋହ ପାଇଁ ଦୁଇଟି ପୋଷାକ ପିନ୍ଧିଥିଲେ ।

ଶୋଭିତା ହଲଦି ପାଇଁ ଏକ ସୁନ୍ଦର ହଳଦିଆ ରଙ୍ଗର ପୋଷାକ ପିନ୍ଧିଥିଲେ। ଅଭିନେତ୍ରୀ ସୁନା ଅଳଙ୍କାର ସହିତ ନିଜର ଲୁକ୍କୁ କମ୍ପଲିଟ୍‌ କରିଛନ୍ତି । ଫଟୋ ଗୁଡିକରେ ସେ ହଳଦିରେ ଭରପୂର ହୋଇଯାଇଥିଲେ।

ଶୋଭିତା ହଲଦି ସମାରୋହରେ ହାତ ଯୋଡି ଏକ ଚେୟାରରେ ବସିଛନ୍ତି ଏବଂ ତାଙ୍କ ପରିବାର ଅଭିନେତ୍ରୀଙ୍କ ଉପରେ ପାଣି ଢାଳୁଥିବାର ନଜର ଆସିଛନ୍ତି।

ହଳଦି ସମାରୋହ ଶେଷ ହେବା ପରେ ଶୋଭିତାଙ୍କୁ ଲାଲ ରଙ୍ଗର ଶାଢୀରେ ଦେଖିବାକୁ ମିଳିଥିଲା । ଯାହା ସହିତ ସେ ଏକ ଫୁଲ୍ ହ୍ୟାଣ୍ଡ୍ ବ୍ଲାଉଜ୍ ପିନ୍ଧିଛନ୍ତି। ଫଟୋରେ ନାଗା ଚୈତନ୍ୟ ଧଳା କୁର୍ତ୍ତାରେ ନଜର ଆସିଛନ୍ତି। ଯିଏ ତାଙ୍କ ଭାବି ପତ୍ନୀଙ୍କୁ ଦେଖୁଥିବାର ନଜର ଆସିଛନ୍ତି।

କହିବାକୁ ଗଲେ ଯେ ନାଗା ଚୈତନ୍ୟ ଏବଂ ଶୋଭିତା ମାତ୍ର କିଛି ମାସ ପୂର୍ବରୁ ନିର୍ବନ୍ଧ କରିଥିଲେ । ଏହି ସମୟରେ ଦୁହେଁ ପରସ୍ପର ସହ ବହୁତ ପୋଜ୍ ଦେଇଥିଲେ।

ବର୍ତ୍ତମାନ ଖବର ଅନୁଯାୟୀ, ନାଗା ଚୈତନ୍ୟ ଏବଂ ଶୋଭିତା ଡିସେମ୍ବର ୪ ରେ ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ସାତ ଫେରା ନେବାକୁ ଯାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.