ଭଗବାନ ଶ୍ରୀକୃଷ୍ଣ ଓ ଭଗବତ ଗୀତା ସର୍ବଦା ଖରାପ ଓ ଭଲ ସମୟରେ ମାର୍ଗ ଦେଖାଇଥାନ୍ତି: ତୁଳସୀ ଗବାର୍ଡ

Published By : Prameya-News7 Bureau | March 17, 2025 IST

ନୂଆଦିଲ୍ଲୀ: ଆମର ଧର୍ମଗ୍ରନ୍ଥରେ ଉଲ୍ଲେଖ ରହିଛି , ଯେବେ ବି ଜୀବନରେ ବିପଦ କି ମୁସ୍କିଲ ସ୍ଥିତି ଆସେ ତେବେ ଶ୍ରୀମଦ ଭଗବତ ଗୀତା ପଢିବା ଉଚିତ୍। ଏହା ଆପଣଙ୍କୁ ଉଚିତ୍ ମାର୍ଗ ଦେଖାଇଥାଏ। ଆଉ ବଡ଼ ବଡ଼ ବିଦ୍ଵାନ ଏହି ମନ୍ତ୍ରକୁ ଆପଣେଇ ସାରିଛନ୍ତି। ଏବେ ଆମେରିକା ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗବାର୍ଡ ମଧ୍ୟ ଏହି କଥା କହିଛନ୍ତି।

 ଏଏନଆଇ ସହ ସ୍ଵତନ୍ତ୍ର ସାକ୍ଷାତକାରରେ ତୁଳସୀ ଗବାର୍ଡ କହିଛନ୍ତି, ବିଶ୍ଵର ବିଭିନ୍ନ ପ୍ରାନ୍ତରେ ଯୁଦ୍ଧ କ୍ଷେତ୍ରରେ ସେବା କରିବା ହେଉ କିମ୍ବା ବର୍ତ୍ତମାନ ଆମ ସାମ୍ନାରେ ଆସନ୍ନ କଠିନକର ସମୟ ହେଉ, ସବୁ ସ୍ଥିତିରେ ଗୀତା ଭଗବତ ସଠିକ ମାର୍ଗ ଦେଖାଇଥାଏ। ନିଜର ସବୁଠୁ ଭଲ ସମୟ ହେଉ କିମ୍ବା ଖରାପ ସମୟ ହେଉ ମୁଁ ଭଗବାନ କୃଷ୍ଣଙ୍କ ଦ୍ଵାରା ଅର୍ଜୁନଙ୍କୁ ଭଗବତ ଗୀତାରେ ଦିଆଯାଇଥିବା ଶିକ୍ଷାର ସାହାର ନେଇଥାଏ।

Also read: ପାକିସ୍ତାନ, ଆଫଗାନିସ୍ତାନ ତ ଠିକ୍, ହେଲେ ଭୂଟାନ ଉପରେ କାହିଁକି ଯାତ୍ରା କଟକଣା ଲଗାଇଲା ଆମେରିକା ?

ଗବାର୍ଡ ଭାରତ ଗସ୍ତରେ ରବିବାର ଦିଲ୍ଲୀରେ ପହଞ୍ଚିଥିଲେ। ସେ ଗୁଇନ୍ଦା ସହଭାଗିତା, ସାଇବର ସିକ୍ୟୁରଟି ଏବଂ ପ୍ରତିରକ୍ଷା ସଂପର୍କିତ ଅନେକ ପ୍ରସଙ୍ଗରେ ଭାରତୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀରେ ଓ୍ଵାଶିଂଟନ ଡିସି ଗସ୍ତ କରିବା ପରେ ଗବାର୍ଡ ଭାରତ ଆସିଛନ୍ତି। ଆମେରିକା ଗସ୍ତରେ ମୋଦୀ ଆମେରିକା ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗର୍ବାଡଙ୍କୁ ସାକ୍ଷାତ କରିଥିଲେ। 

ତୁଳସୀ ଗବାର୍ଡ କହିଛନ୍ତି, ଭାରତକୁ ମୁଁ ବହୁତ ଭଲ ପାଏ। ଯେବେ ମୁଁ ଏଠାକୁ ଆସେ ସର୍ବଦା ନିଜ ଘର ପରି ଅନୁଭବ କରିଥାଏ। ଲୋକେ ମୋର ବହୁତ ସ୍ଵାଗତ କରିଥାନ୍ତି। ଏଠାକାର ଖାଦ୍ୟ ସର୍ବଦା ସ୍ଵାଦିଷ୍ଟ ରହିଥାଏ ଏବଂ ଲୋକେ ବହୁତ ଦୟାଳୁ। ଭାରତ ଗସ୍ତରେ ଥିବା ଗବାର୍ଡ ଦୁଇ ଦେଶ ମଧ୍ୟରେ ଦ୍ଵିପାକ୍ଷିକ ସୁରକ୍ଷା ସଂପର୍କ ମଜବୁତ କରିବା ଉଦ୍ଦେଶ୍ୟରେ  ଅନେକ ବୈଠକ ଓ କନଫରେନ୍ସରେ ଯୋଗ ଦେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ସେ ଭାରତୀୟ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀରେ ପ୍ରାୟ ୨୦ ଦେଶର ଗୁଇନ୍ଦା ଓ ସୁରକ୍ଷା ଅଧିକାରୀ ସାମିଲ  ହୋଇଛନ୍ତି। ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ସଚିବାଳୟ ଦ୍ଵାରା ଆୟୋଜିତ ଏହି ସମ୍ମିଳନୀ ୨୦୨୨ରୁ ରାୟସୀମା ଡାୟଲଗରେ ହୋଇ ଆସୁଛି। ଆମେରିକାର ଜାତୀୟ ସୁରକ୍ଷା ନିର୍ଦ୍ଦେଶକ ଦାୟିତ୍ଵ ଗ୍ରହଣ କରିବା ପରେ ଗବାର୍ଡଙ୍କ ଏହା ଦ୍ଵିତୀୟ ବିଦେଶ। 

ସୂଚନାଯୋଗ୍ୟ, ତୁଳସୀ ଗବାର୍ଡ ୨୦୧୩ରେ ପ୍ରଥମ ହିନ୍ଦୁ ଆମେରିକୀୟ ଭାବେ କଂଗ୍ରେସ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଏହି ସମୟରେ ସେ  ଆମେରିକୀୟ ପ୍ରତିନିଧି ସଭାରେ ଭଗବତ ଗୀତାରେ ହାତର ରଖି ଶପଥ ନେଇଥିଲେ। ତୁଳସୀ ଗବାର୍ଡ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତ। ସେ ଅନେକ ଥର ନିଜର ଆଧ୍ୟାତ୍ମିକ ପ୍ରେରଣା ରୂପେ ଭଗବତ ଗୀତାର ଉଲ୍ଲେଖ କରିଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.