LIVE TV

ବିଜେପି ପ୍ରଭାରୀଙ୍କ ବଡ଼ ସୂଚନା : ଏବେ ବଦଳିବନି ମନ୍ତ୍ରୀମଣ୍ଡଳ, ଖୁବଶୀଘ୍ର ବୋର୍ଡ-ନିଗମରେ ନିଯୁକ୍ତି

NEWS7
singer-pandit-prabhakar-karekar-passes-away

ଭୁବନେଶ୍ୱର ୧୭।୧୧ : ତାଲିକା ପ୍ରସ୍ତୁତ ସରିଛି । ଖୁବଶୀଘ୍ର ବୋର୍ଡ-ନିଗମରେ ନିଯୁକ୍ତି ହେବ । କେନ୍ଦ୍ରରୁ ମଞ୍ଜୁରୀକୁ ଅପେକ୍ଷା କରାଯାଇଛି ବୋଲି କହିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂହ ତୋମାର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉପନିର୍ବାଚନରେ ବିଜୟ ପରେ ବାକି ଥିବା କାମ କରାଯିବ । ଖୁବଶୀଘ୍ର ଖାଲିପଡ଼ିଥିବା ବୋର୍ଡ ଓ ନିଗମ ଅଧ୍ୟକ୍ଷଙ୍କୁ ନିଯୁକ୍ତି କରାଯିବ । ଏଥିପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି । କେନ୍ଦ୍ରକୁ ଉକ୍ତ ତାଲିକାଟି ଦିଆଯାଇଛି । ସେଠାରେ ତାଲିକା କିମ୍ବା ସେମାନଙ୍କ ଅନୁମତି ଆସିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ସେହିପରି ବର୍ତ୍ତମାନ ସମୟରେ ରାଜ୍ୟରେ ମନ୍ତ୍ରୀମଣ୍ଡଳ ଅଦଳବଦଳର କୌଣସି ପ୍ରଶ୍ନ ଉଠୁନାହିଁ । ପରେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ । ଏହାସହ ନୂଆପଡ଼ା ଫଳାଫଳ ପାଇଁ ନୂଆପଡ଼ାବାସୀ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ । ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଏବଂ ରାଜ୍ୟ ସରକାରଙ୍କ ୧୬ ମାସର ବିକାଶ କାର୍ଯ୍ୟକୁ ଦେଖି ଲୋକମାନେ ବିଜେପିକୁ ବାଛିଛନ୍ତି । ନୂଆପଡ଼ାରେ ବିଜେପି ଏକତରଫା ଭାବେ ବିଜୟୀ ହୋଇଛି । ବିଜେଡି-ବିଜେପି ମିଶିକି ଯେତିକି ଭୋଟ ପାଇନାହାନ୍ତି । ତାଠରୁ ଅଧିକ ଭୋଟ ବିଜେପି ପାଇଛି ।