୩୦୦ ଫୁଟ ଧସିଲା ଏସିଆର ସର୍ବବୃହତ ସାଇଫନ କେନାଲ ବନ୍ଧ, ଆତଙ୍କିତ ସ୍ଥାନୀୟ ବାସିନ୍ଦା

Published By : Prameya-News7 Bureau | July 09, 2024 IST

ସାଲେପୁର ୯କଟକ ଜିଲ୍ଲାର ସାଲେପୁର ବ୍ଲକ ତରିତୋ ପଞ୍ଚାୟତରେ ଅବସ୍ଥିତ ଏସିଆର ସର୍ବବୃହତ ସାଇଫନର କେନାଲ ବନ୍ଧ ପ୍ରାୟ ୩୦୦ ଫୁଟ ଧସିବାରୁ ଆତଙ୍କିତ ଅବସ୍ଥାରେ ଦ୍ୱିପାଞ୍ଚଳ ବାସିନ୍ଦା । 

ଆଗକୁ ବର୍ଷା ଦିନ ଆସୁଥିବାରୁ ତାହାକୁ ଲକ୍ଷ୍ୟ କରି ସାଲେପୁର ବ୍ଲକ ଅଞ୍ଚଳରେ ଥିବା ସମସ୍ତ ନଦୀ ବନ୍ଧର ଦୁର୍ବଳ ସ୍ଥାନକୁ ମରାମତି କାର୍ଯ୍ୟ ଜଳସେଚନ ବିଭାଗ ପକ୍ଷରୁ କରାଯାଇ ନଥିବା ଦେଖ‌ିବାକୁ ମିଳିଛି । ଯାହା ଫଳରେ ସାଲେପୁର ବ୍ଲକ୍ ତରିତୋ ପଞ୍ଚାୟତ ମୂର୍କୁଣ୍ଡି ଠାରେ ଚିତ୍ରୋତ୍ପଳା ନଦୀରେ ଏସିଆର ସର୍ବବୃହତ ସାଇଫନ ମୁଣ୍ଡରେ ପ୍ରାୟ ୩୦୦ ଫୁଟର କେନାଲ ବନ୍ଧ ଧସିଛି । ଏହା ଅତ୍ୟନ୍ତ ବିପଜ୍ଜନକ ଅବସ୍ଥାରେ ରହିଛି । ଏହା ମଧ୍ୟ ଦେଇ ବର୍ଷାଜଳ ପ୍ରବେଶ କରିବାରୁ ଆଗକୁ ଘାଇ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏ ସଂକ୍ରାନ୍ତରେ ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ସୁଦ୍ଧା କେହି କର୍ଣ୍ଣପାତ କରୁନଥିବା ଲୋକେ ଅଭିଯୋଗ କରିଛନ୍ତି। ଆଗକୁ ପ୍ରବଳ ବର୍ଷା ପାଣି ଓ ନ‌ଦୀରେ ବନ୍ୟା ଜଳ ପ୍ରବାହିତ ହେଲେ ଏହି ସ୍ଥାନରେ ଘାଇ ସୃଷ୍ଟି ହୋଇ ଦ୍ଵିପାଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।

You Can Read:

ତାପଙ୍ଗ ଖଣି ପୋଖରୀରେ ବୁଡ଼ି ଯୁବକ ନିଖୋଜ, ଚାଲିଛି ରେସକ୍ୟୁ ଅପରସେନ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.