ଆରମ୍ଭ ହୋଇଗଲା ୟୁଏସ-ଭେନେଜୁଏଲା ଯୁଦ୍ଧ ! ଟ୍ରମ୍ପଙ୍କ ଘୋଷଣା, ଆକ୍ରମଣ କରିବେ ମେରାଇନ୍ କମାଣ୍ଡୋ

NEWS7
six-injured-after-collision-between-two-cars-in-banki

ନୂଆଦିଲ୍ଲୀ, ୧2/୧୨:ଆମେରିକା ଏବଂ ଭେନେଜୁଏଲା ମଧ୍ୟରେ ଚରମ ସୀମାରେ ତିକ୍ତତା । ଗୁରବାର କାରବିୟାନ ଅଞ୍ଚଳରେ ଅଧିକରୁ ଅଧିକ ସୈନ୍ୟଙ୍କୁ ମୁତୟନ କରିଛି ଆମେରିକା । ଏନେଇ ନିଜେ ୟୁଏସ ପ୍ରେସିଡେଣ୍ଟ୍ ଡୋନାଲ୍ଡ ଟ୍ରମ୍ପ୍ ସୂଚନା ଦେଇଛନ୍ତି । ଭେନେଜୁଏଲାରୁ ଜର୍ମାନୀ ରାସ୍ତା ଦେଇ ଚାଲିଥିବା ନିଶା କାରବାରକୁ ରୋକିବା ପାଇଁ ଶୀଘ୍ର ଲ୍ୟାଣ୍ଡ୍ ଷ୍ଟ୍ରାଇକ୍ ହେବ ବୋଲି କହିଛନ୍ତି ଟ୍ରମ୍ପ୍ ।

ଟ୍ରମ୍ପ୍ ଅଭିଯୋଗ କରିଛନ୍ତି ଯେ, ଭେନେଜୁଏଲା ପାଇଁ ଆମେରିକାରେ ହେଉଥିବା ନିଶା କାରବାରକୁ ରୋକିବା ପାଇଁ ୟୁଏସ ପଦକ୍ଷେପ ନେବ । ଏହି ପଦକ୍ଷେପ ଜାତୀୟ ସୁରକ୍ଷା ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଟ୍ରମ୍ପଙ୍କ ଲ୍ୟାଣ୍ଡ୍ ଷ୍ଟ୍ରାଇକ୍ ଧମକ ପରେ ଆମେରିକା ସୈନ୍ୟ ଗତିବିଧିକୁ ବୃଦ୍ଧି କରିଛି । ପ୍ୟୁଟୋ ରିକୋ ଅଞ୍ଚଳରେ ଥିବା ଏୟାରଫିଲ୍ଡରେ ଗୁରୁବାର ଆମେରିକା କୋଷ୍ଟଗାର୍ଡ ଏୂବଂ ମେରାଇନ୍ କମାଣ୍ଡୋଙ୍କ ଦୁଇଟି ହେଲିକପ୍ଟର ଅବତରଣ କରିଛି ।

କିଛି ଦିନ ତଳେ ଆମେରିକାର ନୌସେନା ଏବଂ ବାୟୁସେନା କାରବିୟାନ ଅଞ୍ଚଳରେ କିଛି ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା । ସମସ୍ତ ଜାହାଜରେ ନିଶା କାରବାର ହେଉଥିବା ଆମେରିକା କହିଥିଲା । ଏହାସହ ୟୁଏସ ଭେନେଜୁଏଲାର କାର୍ଟେଲ୍ ଡେ ଲାସ୍ ସୋଲେସ ସଙ୍ଗଠନକୁ ଆତଙ୍କବାଦୀ ଘୋଷଣା କରିଥିଲା । ଏହି ସଙ୍ଗଠନ ନିଶା କାରବାରର ଏକ ବଡ ନେଟଓ୍ୱର୍କ ବୋଲି ଆମେରିକା ଅଭିଯୋଗ କରି ଆସିଛି । ଯାହାକୁ ରୋକିବା ପାଇଁ ଶକ୍ତ ପଦକ୍ଷେପ ନେବାକୁ ପଡିବ ବୋଲି ଟ୍ରମ୍ପ୍ ମଧ୍ୟ କହିଥିଲେ । ତେବେ ଆମେରିକାର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଭେନେଜୁଏଲାରେ ଲଗାତାର ବିରୋଧ ପ୍ରଦର୍ଶନ କରାଯାଉଛି ।

ଅନ୍ୟ ଦିଗରେ ଗତ ସପ୍ତାହରେ ଆମେରିକା ନୌସେନା ଭେନେଜୁଏଲାର ଏକ ତେଲ ଟ୍ୟାଙ୍କର ଜବତ କରିଥିଲା । ଯାହାକୁ ବିରୋଧ କରିଥିଲେ ରାଷ୍ଟ୍ରପତି ମାଦୁରୋ । ମାଦୁରୋ ଏହାକୁ ଜଳଦସ୍ୟୁର କାମ କହିବା ସହ ୟୁଏସ ଅନ୍ତର୍ଜାତୀୟ ନିୟମ ଭାଙ୍ଗିଥିବା ଅଭିଯୋଗ କରିଥିଲେ । ତୈଳ ଟ୍ୟାଙ୍କରକୁ ଜବତ ଘଟଣା ଭେନେଜୁଏଲାର ସମ୍ପତ୍ତି ଉପରେ ବଳପୂର୍ବକ ଅକ୍ତିଆର ବୋଲି ମାଦୁରୋ ଅଭିଯୋଗ କରିଥିଲେ । ଯାହା ଉତ୍ତେଜନାକୁ ଅଧିକ ବୃଦ୍ଧି କରିଥିଲା ।