ସାଉଦି ଆରବରେ ଫସିଛନ୍ତି ୬ ଓଡ଼ିଆ, ଫେରାଇ ଆଣିବାକୁ ଭିଡିଓ ବାର୍ତ୍ତାରେ ନିବେଦନ

Published By : Prameya-News7 Bureau | September 07, 2024 IST

ପଟ୍ଟାମୁଣ୍ଡାଇ ୭।୯: କାମ କରିବାକୁ ଯାଇ ସାଉଦି ଆରବରେ ଫସି ରହିଛନ୍ତି ୬ ଜଣ ଓଡ଼ିଆ ଶ୍ରମିକ । ଫସି ରହିଥିବା ଶ୍ରମିକମାନଙ୍କ ମଧ୍ୟରୁ ୨ ଜଣ କେନ୍ଦ୍ରାପଡା ଜିଲ୍ଲାର ହୋଇଥିବା ବେଳେ ୪ ଜଣ ଖୋର୍ଦ୍ଧା ଅଞ୍ଚଳ ରହିଛନ୍ତି । ସ୍ୱଦେଶ ଫେରାଇ ଆଣିବା ପାଇଁ ଏକ ଭିଡିଓ ବାର୍ତ୍ତା ଜରିଆରେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । 

୪ ମାସ ତଳେ ୬ ଜଣ ଓଡ଼ିଆ ଶ୍ରମିକ ଏକ ଘରୋଇ କମ୍ପାନୀ ଜରିଆରେ ସାଉଦ ଆରବ ଯାଇଥିଲେ । ସେଠାରେ ପହଞ୍ଚିବା ପରେ କିଛି ଦିନ ଏକ ପାଣି ପାଇପ୍ କମ୍ପାନୀରେ କାମ କରିଥିଲେ । କାମ କରିବା ପରେ ମଧ୍ୟ ସେମାନଙ୍କୁ ଦରମା ଦିଆଯାଉନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଫଳରେ ଭୋକ ଉପାସରେ ଜୀବନ କାଟୁଛନ୍ତି ଶ୍ରମିକ ମାନେ । ଏମିତି କମ୍ପାନୀ କର୍ତ୍ତୃପକ୍ଷ ନାଲିଆଖି ଦେଖାଉଥିବାର ମଧ୍ୟ ଅଭିଯୋଗ ହୋଇଛି ।

You Can Read:

ଭିଜିଲାନ୍ସ ଜାଲରେ ନୂଆପଡ଼ା MVI ବିନୟ ବେହୁରିଆ, ଲକ୍ଷେ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.