KIIT ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା, ହାଜର ହେଲେ କିଟ୍‌ର ୬ ଜଣ ଅଧିକାରୀ

Published By : Prameya-News7 Bureau | February 27, 2025 IST

ଭୁବନେଶ୍ୱର ୨୭/୦୨: KIIT ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା । ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେଲେ କିଟ୍‌ରେ ୬ ଜଣ ଅଧିକାରୀ । ସିନିୟର ହଷ୍ଟେଲ ଅଧିକ୍ଷକ ସଂହିତା ମିଶ୍ର, ସିନିୟର ଆଡମିନଷ୍ଟ୍ରେଟିଭ୍ ଅଫିସର ସିଦ୍ଧାର୍ଥ ରାୟ, ଆଭ୍ୟନ୍ତରୀଣ କମିଟି ମୁଖ୍ୟ ଇପ୍ସିତା ଶତପଥୀ, ଚିଫ୍ ପ୍ରୋଟେକ୍ଟର ପି. କେ ପଟ୍ଟନାୟକ ଓ ଆସିଷ୍ଟାଣ୍ଟ ଡାଇରେକ୍ଟର ସ୍ମରିକା ପତି। ପୂର୍ବରୁ ଡକ୍ଟର ଅଚ୍ୟୁତ ସାମନ୍ତ ସମେତ ୮ ଜଣଙ୍କୁ ହୋଇଥିଲା ଜେରା। 

ସୂଚନା ଥାଉକି, କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଓ ପରେ ଅନ୍ୟ ନେପାଳୀ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣାରେ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେଲେ ୬ ଅଧିକାରୀ । ରାଜ୍ୟ ଅତିଥି ଭବନରେ ୬ ଜଣଙ୍କୁ ପର୍ଯ୍ୟାୟକ୍ରମେ ଜେରା କରାଯାଉଛି । KIIT ଇଣ୍ଟରନାଲ୍ କମିଟି ମୁଖ୍ୟ ଇପ୍ସିତା ଶତପଥୀ, ସୁରକ୍ଷା ମୁଖ୍ୟ ପି କେ ପଟ୍ଟନାୟକ, ସହକାରୀ ନିର୍ଦ୍ଦେଶିକା ସ୍ମରିକା ପତି, ସିନିୟର୍ ହଷ୍ଟେଲ୍ ସୁପରିଟେଣ୍ଡେଣ୍ଟ ସଂହିତା ମିଶ୍ରଙ୍କ ସମେତ ୬ ଜଣ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହୋଇଛନ୍ତି। 

ଏହି ୬ ଜଣଙ୍କୁ ହାଜର ହେବାକୁ ଗତ ୨୫ ତାରିଖରେ ନୋଟିସ୍‌ ଜାରି କରାଯାଇଥିଲା । ୬ ଜଣଙ୍କୁ ନୋଟିସ୍‌ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଇଣ୍ଟରନାଲ୍ କମିଟି ମୁଖ୍ୟ ଇପ୍ସିତା ଶତପଥୀଙ୍କୁ କମିଟି ଗୁଡେଇତୁଡେଇ ପ୍ରଶ୍ନ ପଚାରିପାରେ । ବିଶେଷକରି ମୃତ ଛାତ୍ରୀଙ୍କ ଅଭିଯୋଗକୁ ନେଇ ତାଙ୍କୁ  ବିଭିନ୍ନ ପ୍ରଶ୍ନର ସାମନା କିରବାକୁ ପଡିପାରେ । 

ଗତ ୨୧ ତାରିଖରେ ଦୀର୍ଘ ଅଢେଇ ଘଣ୍ଟା ଧରି ଜେରାର ସମ୍ମୁଖୀନ ହେବା ପରେ ବାହାରକୁ ବାହାରିଥିଲେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । KIIT କାଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ଖୋଳତାଡ଼ ପରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ତଦନ୍ତକାରୀ କମିଟି ଆଗରେ ହାଜର ହୋଇଥିଲେ  KIIT ଅଧିକାରୀ । ଉଚ୍ଚସ୍ତରୀୟ କମିଟି ଆଗରେ କିଟ୍‌ ବିଶ୍ୱ ବିଦ୍ୟାଳୟର ଭିସି ଓ ରେଜିଷ୍ଟ୍ରାର ହାଜର ହୋଇଥିଲେ । 



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.