ମୁନିଗୁଡା ୧୩।୮: ରାଜସ୍ଥାନ ଠାରୁ ବେଦାନ୍ତ କମ୍ପାନୀକୁ ଆସୁଥିବା ଏକ ବିଦ୍ୟୁତ ତାର ବୋଝେଇ ଟ୍ରକରୁ ଲୁଟ ହୋଇଥିବା ବିଦ୍ୟୁତ ତାର ଜବତ । ଏହାସହ ଘଟଣାରେ ସମ୍ପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ରାୟଗଡା ଅମ୍ବାଦଳା ପୋଲିସ ।
ସୂଚନାଯୋଗ୍ୟ ଯେ, ଗତ ୪ ତାରିଖ ଦିନ ଗୋଟିଏ ଟ୍ରକ୍ରେ ବିଦ୍ୟୁତ ତାର ନେଇ ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀକୁ ଆସୁଥିଲା । ସନ୍ଧ୍ୟା ସମୟରେ ଅସୁରପଡା ନିକଟରେ ଦୁର୍ବୃତ୍ତ ମାନେ ୫ଟି ମୋଟର ସାଇକେଲରେ ୧୦ ଜଣ ଆସି ଟ୍ରକର କାଚ ଭାଙ୍ଗି ଜୋର ଜବରଦସ୍ତ ତାର ଲୁଟ୍ କରି ନେଇ ଯାଇଥିଲେ । ଏ ନେଇ ସମ୍ପୃକ୍ତ ଟ୍ରକ ଡ୍ରାଇଭର ଅମ୍ବାଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଏସଡିପିଓଙ୍କ ନେତୃତ୍ବରେ ଏକ ଟିମ ଛାନଭିନ କରି ଲୁଟ ହୋଇଥିବା ୮ ବଣ୍ଡଲ ବିଦ୍ୟୁତ ତାର ସମେତ ଗୋଟିଏ ମୋଟର ସାଇକଲ ଓ ବ୍ୟବହୃତ ମାରଣାସ୍ତ୍ର ଜବତ କରିବା ସହ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ମାନେ ଅମ୍ବାଦଳା ଥାନା ଅନ୍ତର୍ଗତ ଅସୁରପଡା ଓ ବନ୍ଧୁଗୁଡା ଗ୍ରାମର ବୋଲି ଜଣାପାଡିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ମାନଙ୍କୁ ପୋଲିସ ଖୋଜୁଥିବା ଜଣାପଡିଛି ।
You Can Read:
ନବରଙ୍ଗପୁରରେ ବ୍ୟାପିଲା ଝାଡାବାନ୍ତି, ୫ ଦିନରେ ୩ ଜଣଙ୍କର ମୃତ୍ୟୁ ଅଭିଯୋଗ