ଭୁବନେଶ୍ୱର: ବୃତ୍ତିଗତ ଅର୍ଥନୈତିକ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ଆନ୍ତର୍ଜାତିକ ସମ୍ମିଳନୀ ଭୁବନେଶ୍ୱର ସ୍ଥିତ ଶିକ୍ଷା ଅନୁସନ୍ଧାନ ୟୁନିଭର୍ସିଟି ପରିସରରେ ଅନୁଷ୍ଠିତ ହୋଇଯାଇଛି । ଦେଶ ତଥା ବିଦେଶରୁ ଆସିଥିବା ବିଶେଷଜ୍ଞମାନଙ୍କୁ ନେଇ ବସ୍ତୁ ବିଜ୍ଞାନ, ଇଞ୍ଜିନିୟରିଂ ଓ ବୈଷୟିକ ଜ୍ଞାନକୈଶଳ ସମ୍ବଦ୍ଧରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି।
ଗତ ନଭେମ୍ବର ୧୫ ଓ ୧୬ରେ ସୋଆର ଇନଷ୍ଟିଟ୍ୟୁଟ ଅଫ ଟେକ୍ନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ(ଆଇଟିଇଆର)ର ରସାୟନ ବିଭାଗରେ ଆୟୋଜିତ ହୋଇଥିବା ‘ରିସେଣ୍ଟ ଆଡଭାନ୍ସସେସ ଇନ ମେଟରିଆଲ ଫର ସର୍କ୍ୟୁଲାର ଇକୋନୋମି ଆଣ୍ଡ ଟେକ୍ନୋଲୋଜି’(RAMCET-2024)ର ପ୍ରଥମ ସମ୍ମିଳନୀରେ ବିଶେଷଜ୍ଞମାନେ ଯୋଗ ଦେଇଥିଲେ।
ଏହି ସମ୍ମିଳନୀରେ ରିସାଇକେଲ, ରିଡିଜାଇନ, ରିମାନୁଫ୍ୟାକଚର, ରିକଭରି ଆଦି ଉପରେ ଆଲୋଚନା କରାଯାଇଥିଲା । “ବସ୍ତୁ ବିଜ୍ଞାନକୁ ଏକ ବିଷୟ ରୁପେ ଚୟନ କରିବା ଦ୍ବାରା ଏହା ଏକ ବିକାଶଶିଳ ଓ ବୃତ୍ତାକାର ଅର୍ଥନୀତିର ମଡେଲକୁ ବିକଶିତ କରିବାରେ ପ୍ରମୁଖ କାରଣ ବନିଥାଏ। ଯାହାର ଉଦ୍ଦେଶ୍ୟ ହେଉଛି ଉତ୍ପାଦର ଜୀବନ କାଳ ବଢାଇବା ସହ ବସ୍ତୁଗୁଡିକୁ ପୁନଃବ୍ୟବହାର ଯୋଗ୍ୟ କରିବା ଓ ଅଦରକାରୀ ବସ୍ତୁକୁ ଅଲଗା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ବିଶେଷଜ୍ଞ।
ସୋଆ, ଇନଷ୍ଟିଟ୍ୟୁଟ ଅଫ କେମିକାଲ ଟେକ୍ନୋଲୋଜି(ଆଇଓସି) ଭୁବନେଶ୍ବର ଓ ଭୁବନେଶ୍ବର ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟରର ମିଳିତ ସହଯୋଗରେ ଏଇ ସମ୍ମିଳନୀ ଆୟୋଜିତ ହୋଇଥିଲା।
ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲୋପମେଣ୍ଟ ଅର୍ଗାନାଇଜେସନ(ଡିଆରଡିଓ), ଇଟାଲିୟନ ନେସନାଲ ରିସର୍ଚ୍ଚ କାଉନସିଲ, ୟୁନିଭର୍ସିଟି ଅଫ ଥାଇଲାଣ୍ଡ,ବ୍ୟାଙ୍କକ, ୟୁନିଭର୍ସିଟି ଅଫ ପିସା, ଇଟାଲି, କ୍ଲେମସନ ୟୁନିଭର୍ସିଟି, ଆମେରିକା, ୟୁନିଭର୍ସିଟି ଅଫ ସାଉଥର୍ନ ଡେନମାର୍କ, ଆଇଆଇଟି ଦିଲ୍ଲୀ, ଆଇଆଇଟି ଜମ୍ମୁ, ଆଇଆଇଟି ଗୈହାଟି, ନେସନାଲ କାଉନସିଲ ଫର ସିମେଣ୍ଟ ଆଣ୍ଡ ବିଲ୍ଡିଂ ମେଟରିଆଲ, ଭେଦାନ୍ତ ଲିମିଟେଡ, ଏଫଓସିଓଆର ଓ ଆଇଟିସି ଏହି ସମ୍ମିଳନୀରେ ଭାଗ ନେଇଥିଲେ ।