ଚିଲିକାରେ ଡଲଫିନ୍ ଗଣନା : ୩ ଦିନ ବନ୍ଦ ରହିବ ଡ଼ଙ୍ଗା ଚଳାଚଳ ଓ ଭସାପୋଲ

NEWS7
son-in-law-arrested-for-throwing-bomb-at-the-in-laws-house

ଛତ୍ରପୁର ୧୯।୧: ଚିଲିକାରେ ଡଲଫିନ୍ ଗଣନା ପାଇଁ ଆସନ୍ତା ତିନି ଦିନ ଡ଼ଙ୍ଗା ଚଳାଚଳ ଓ ଭସାପୋଲ ବନ୍ଦ ରହିବ । ସକାଳ ୬ଟାରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଚିଲିକାରେ ଡ଼ଙ୍ଗା ଚଳାଚଳ ଓ ଭସାପୋଲ ବନ୍ଦ ରହିବ ।

ଆସନ୍ତା ୨୦, ୨୧ ଏବଂ ୨୨ ତାରିଖ ତିନି ଦିନ ଚିଲିକାରେ ଡଲଫିନ୍ ଗଣନା କାର୍ଯ୍ୟକ୍ରମ ହେବ । ଏନେଇ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ଗଣନା ସମୟରେ ଯେପରି ବାଧା ସୃଷ୍ଟି ନହେବ ତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଏନେଇ ବିଭିନ୍ନ ଡ଼ଙ୍ଗା ଆସୋସିଏସନକୁ ଚିଠି ମାଧ୍ୟମରେ ସୂଚନା ଦିଆଯାଇଛି । ଚିଲିକାର ସାତପଡ଼ା ଓ ବାଲୁଗାଁ ରେଞ୍ଜର ୩ଟି ସେକ୍ଟରରେ ୧୮ଟି ଟିମ୍ ନିୟୋଜିତ ରହିବେ । ଏହି ଗଣନାରେ ୧୪୫ ଜଣ ନିୟୋଜିତ ରହିବେ ବୋଲି ଜଣାପଡିଛି ।