ନାରାୟଣପାଟଣା ୧୯।୭: ହୃଦୟ ବିଦାରକ । ଜନ୍ମକଲା ବାପାଙ୍କୁ ଟାଙ୍ଗିଆରେ ହାଣିବାକୁ ପଛାଇଲା ନାହିଁ ପୁଅ । କୋରାପୁଟ ଜିଲ୍ଲା ଓଡ଼ିଆ ପେଣ୍ଠ ପଞ୍ଚାୟତର ବିରୀଗୁଡ଼ା ଗାଁରେ ଘଟିଛି ଏଭଳି ଘଟଣା । ଏଭଳି ଘଟଣା ଦେଖିବାକୁ ମିଳିଛି । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ।
ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଜନ୍ମକଲା ବାପାଙ୍କୁ ଟାଙ୍ଗିଆରେ ହାଣିଲା ପୁଅ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କଲେ ପରିବାର ଲୋକେ । ଗୁରୁତର ସଦନ ମାଣ୍ଡିଙ୍ଗାଙ୍କୁ ଉଦ୍ଧାର କରି ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।
ଖବର ପାଇ ଲକ୍ଷ୍ମୀପୁର ଡାକ୍ତରଖାନାରେ ଆଇଆଇସି ସୁଜ୍ଞାନୀ ସାହୁ, ସବ୍ଇନ୍ସପେକ୍ଟର ମାନସ ପ୍ରଧାନ ଓ ଶାନ୍ତିଲତା ବେହେରା ପହଞ୍ଚି ପରିବାରବର୍ଗଙ୍କୁ ପଚରାଉଚରା କରିଛନ୍ତି । ମାମଲା ରୁଜୁ କରି ଅଭିଯୁକ୍ତ ପୁଅକୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ସେ ଦିବ୍ୟାଙ୍ଗ ବୋଲି ଜଣାପଡିଛି I ସଦନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ କୋରାପୁଟ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି ।
You Can Read: