ମଧ୍ୟପ୍ରାଚ୍ୟରେ ହୋଟେଲ ଶିଳ୍ପ କ୍ଷେତ୍ରରେ ସୋଆ ପୁରାତନ ଛାତ୍ରୀ ଉତ୍କର୍ଷ ନେତୃତ୍ୱ ନିମନ୍ତେ ମନୋନୀତ

Published By : Prameya-News7 Bureau | May 30, 2024 IST

ଭୁବନେଶ୍ୱର ୩୦।୫: ମଧ୍ୟପ୍ରାଚ୍ୟର ହୋଟେଲ୍ ଶିଳ୍ପ କ୍ଷେତ୍ରରେ ୨୦୨୪ ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌)ର ପୁରାତନ ଛାତ୍ରୀ ସୋନମ୍ ଦାସ ନିଜର ନେତୃତ୍ୱର ଉତ୍କର୍ଷତା ନିମନ୍ତେ ସମ୍ମାନିତ ହୋଇଛନ୍ତି । ସୋନମ୍ ବର୍ତମାନ ଦୁବାଇ ସ୍ଥିତ କେମ୍‌ପିନ୍‌ସ୍କି ହୋଟେଲ ମଲ୍ ଅଫ୍ ଏମିରେଟ୍ସରେ ହାଉସ୍ କିପିଂ ମ୍ୟାନେଜର ଭାବେ କାର୍ଯ୍ୟରତ ଅଛନ୍ତି । 

ସୋଆ ଏସ୍‌ଏଚ୍‌ଏମ୍‌ର ୨୦୧୨ ବ୍ୟାଚର ଏହି ଛାତ୍ରୀ ମଧ୍ୟପ୍ରାଚ୍ୟରେ ୨୦୨୪ ନିମନ୍ତେ ମନୋନୀତ ହୋଇଥିବା ଶ୍ରେଷ୍ଠ ୩୦ ଜଣ ହାଉସ୍ କିପିଂ କ୍ଷେତ୍ରରେ କାର୍ଯ୍ୟକରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ସାମିଲ ହୋଇଛନ୍ତି । ହସ୍ପିଟାଲିଟି ଡଟ୍ କମ୍ ପକ୍ଷରୁ ୩୦ ଜଣ ଅଗ୍ରଣୀ ବ୍ୟକ୍ତିଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା ।

ଦୀର୍ଘ ୧୧ ବର୍ଷର ଅଭିଜ୍ଞତା ଥିବା ସୋନମ୍ ୨୦୧୨ ମସିହାରେ ଏସ୍‌ଏଚ୍‌ଏମ୍‌ରୁ ସ୍ୱର୍ଣ୍ଣ ପଦକ ହାସଲ କରିବା ସହ କ୍ୟାମ୍ପସ ପ୍ଲେସ୍‌୍‌ମେଂଟରେ ହାୟାତ ହୋଟେଲ୍ସ ଗ୍ରୁପରୁ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ । ୨୦୧୭ ମସିହାରେ ଦୁବାଇର ମାରିଅଟ୍ ହୋଟେଲ୍ସରେ ସୁପରଭାଇଜର ଭାବେ କାର୍ଯ୍ୟ କରିଥିବା ବେଳେ ପରବର୍ତୀ ସମୟରେ ହାୟାତ ହୋଟେଲ୍ସରେ ମ୍ୟାନେଜର ପଦବୀ ରେ କାର୍ଯ୍ୟ କରିଥିଲେ । ଏହା ପରେ ସେ କେମ୍‌ପିନ୍‌ସ୍କି ହୋଟେଲ ମଲ୍ ଅଫ୍ ଏମିରେଟ୍ସରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । 

ସୋନମ୍ ଅବିରତ ଶିକ୍ଷା ଗ୍ରହଣ ଓ ଦଳଗତ କାର୍ଯ୍ୟରେ ବିଶ୍ୱାସ କରନ୍ତି । କଲେଜ ସମୟରେ କ୍ୟାମ୍ପସ୍‌ରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରୁଥିଲେ । 

ଏହି ସମ୍ମାନ ଗ୍ରହଣ କରିବା ପରେ ସୋନମ୍ ସୋଆକୁ ପ୍ରଶଂସା କରିବା ସହ ତାଙ୍କ କ୍ୟାରିୟର ର ସଫଳତା ନିମନ୍ତେ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ମିଳିଥିବା ପ୍ରୋତ୍ସାହନ ନିମନ୍ତେ କୃତଜ୍ଞତା ଜଣାଇଥିଲେ ।

You Can Read :

ପ୍ରବଳ ଖରାରେ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.