ସୋନିପତ୍ ବାଣ କାରଖାନରେ ବିସ୍ଫୋରଣ ; ୩ ଶ୍ରମିକ ମୃତ, ୭ ଆହତ

Published By : Prameya-News7 Bureau | September 29, 2024 IST

ନୂଆଦିଲ୍ଲୀ ୨୯।୦୯: ବାଣ ଫ୍ୟାକ୍ଟ୍ରିରେ ପୁଣି ବିସ୍ଫୋରଣ। ହରିଆଣାର ସୋନିପତରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ। ସେଠାରେ ଏକ ବେଆଇନ ବାଣ କାରଖାନାରେ ବିସ୍ଫୋରଣ ହୋଇଛି। ନିଆଁ ଲାଗିବା ଯୋଗୁ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏଥିସହ ୭ ଜଣ ଗୁରୁତର ହୋଇଛନ୍ତି। ସେମାମନଙ୍କୁ ଉଦ୍ଧାର କରି ସ୍ଥାନିୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ କାରଖାନାରେ ୧୦ରୁ ୧୨ ଲୋକ କାମ କରୁଥିଲେ। ଶନିବାର ସକାଳ ପ୍ରାୟ ୯ଟା ସମୟରେ କାରଖାନାରେ ପ୍ରଥମେ ନିଆଁ ଲାଗିଥିଲା। ଏହାପରେ ବିସ୍ଫୋରଣ ଘଟିଥିଲା। ଏହା ଦେଖିବା ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।

ଘଟଣାସ୍ଥଳରେ ପହଞ୍ଚିବା ପରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲା। ୩ ମୃତକ କାରଖାନାରେ କାମ କରୁଥିବା ଶ୍ରମିକ ବୋଲି ଜଣାପଡିଛି। ସେପଟେ ଦୁର୍ଘଟଣାରେ ଜଳିଥିବା ଆହତ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି।  ବର୍ତ୍ତମାନ ପୋଲିସ୍‌ ଘଟଣା ତଦନ୍ତ କରୁଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.