ସର୍ବଦଳୀୟ ବୈଠକରୁ ବାହାରି ପାରିଲାନି ନିଷ୍କର୍ସ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି

Published By : Prameya-News7 Bureau | July 24, 2024 IST

ଭୁବନେଶ୍ବର ୨୪: ବାଚସ୍ପତି ସୁରମା ପାଢ଼ୀ ଡାକିଥିବା ସର୍ବଦଳୀୟ ବୈଠକରୁ ବାହାରି ପାରିଲାନାହିଁ ନିଷ୍କର୍ସ । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି । ତୃତୀୟ ଦିନରେ ଗୃହ ନଚାଲିବାରୁ ଗୃହ ସୁପରିଚାଳନା ପାଇଁ ବାଚସ୍ପତି ବୈଠକ ଡାକିଥିଲେ । ତିନି ଦିନ ହେବ ସୁରୁଖୁରୁରେ ଚାଲିପାରୁନି ଗୃହକାର୍ଯ୍ୟ ।

ତୃତୀୟ ଦିନରେ ବି ଗୃହରେ ହଟ୍ଟଗୋଳ ଓ ନାରାବାଜି । ଗୃହରେ ଅଚଳାବସ୍ଥା ଦୂର କରିବା ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଶାସକ ଦଳରୁ ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସର୍ବଦଳୀୟ ବୈଠକ ପାଇଁ ଡାକିଥିଲେ ବାଚସ୍ପତି । 

ସେପଟେ ଗୃହରେ ହଟ୍ଟଗୋଳ ପାଇଁ ଦିନ ୧୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଥିଲେ ବାଚସ୍ପତି । ପୂର୍ବରୁ ଦିନ ସାଢେ ୧୧ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହ ମୁଲତବୀ ରଖିଥିଲେ । ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ସଦସ୍ୟ ନାରାବାଜି କରିଥିଲେ । ରାଜ୍ୟପାଳଙ୍କ ପୁଅଙ୍କ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି । କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ କଂଗ୍ରେସ ସଦସ୍ୟ ପ୍ରତିବାଦ କରିଛନ୍ତି ।

You Can Read:

ଗୃହରେ ଅଚଳାବସ୍ଥା ଜାରି, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

 

 

  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.