ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ବସ୍ ସେବା : ଏସିରେ ୧୦୦, ନନ୍ ଏସିରେ ୮୦ ଟଙ୍କାରେ କରିବେ ଯାତ୍ରା

Published By : Prameya-News7 Bureau | July 05, 2024 IST

ଭୁବନେଶ୍ୱର ୫।୭ବହୁ ପ୍ରତିକ୍ଷୀତ ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ଆସନ୍ତା ରବିବାର ଦିନ ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ ଶ୍ରୀକ୍ଷେତ୍ର ଧାମକୁ ଶ୍ରଦ୍ଧାଳୁଙ୍କ ସୁବିଧା ଯାତାୟତ ପାଇଁ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବସ୍ ସେବାର ଆରମ୍ଭ ହେବ । ୭ଟି ଆନ୍ତଃ ସହର ରୁଟ୍ ଥିବାବେଳେ ୭ରୁ ୯ ଜୁଲାଇ ଏବଂ ୧୫ରୁ ୧୭ ଜୁଲାଇ, ୨୦୨୪ ପର୍ଯ୍ୟନ୍ତ ଏହି ସେବା ଜାରି ରହିବ । ନିୟମିତ ଭାବରେ ଏହି ରୁଟ୍ ବସ୍ ଗୁଡ଼ିକ କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କାକଟପୁରରୁ ତାଳବଣିଆ ବସ୍ ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ଚଳାଚଳ କରିବ । ରଥଯାତ୍ରା ସ୍ୱତନ୍ତ୍ର ବସ୍ ଏବଂ ଏହାର ସମୟ ସାରଣୀ ନିମ୍ନରେ ପ୍ରଦାନ କରାଯାଇଛି ।

 ରୁଟ୍ ୫୦ ଏକ୍ସପ୍ରେସ୍‌: ଭୁବନେଶ୍ୱର ରେଳ ଷ୍ଟେସନ୍‌- ତାଳବଣିଆ ବସ୍ ଷ୍ଟାଣ୍ଡ୍‌

ରୁଟ୍ ୫୧ ଏକ୍ସପ୍ରେସ୍‌: ବରମୁଣ୍ଡା ବିଏସ୍‌ଏବିଟି - ତାଳବଣିଆ ବସ୍ ଷ୍ଟାଣ୍ଡ୍‌

ରୁଟ୍ ୫୩ ଏକ୍ସପ୍ରେସ୍ (ସଟଲ୍ ସର୍ଭିସ): ମାଳତିପାଟପୁର ବସ୍ ଷ୍ଟାଣ୍ଡ୍ - ତାଳବଣିଆ ବସ୍ ଷ୍ଟାଣ୍ଡ୍‌

ରୁଟ୍ ୫୪ ଏକ୍ସପ୍ରେସ: ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (ଏନ୍‌ଏଲ୍‌ୟୁ) କଟକ- ତାଳବଣିଆ ବସ୍ ଷ୍ଟାଣ୍ଡ୍‌

ରୁଟ୍ ୫୬ ଏକ୍ସପ୍ରେସ: ଖୋର୍ଦ୍ଧା - ତାଳବଣିଆ ବସ୍ ଷ୍ଟାଣ୍ଡ୍ (ଭାୟା ଜଟଣୀ)

ରୁଟ୍ ୫୭ ଏକ୍ସପ୍ରେସ: ତାଳବଣିଆ ବସ୍ ଷ୍ଟାଣ୍ଡ୍ - କାକଟପୁର,ପୁରୀ (ଭାୟା ନିୟୁ ମେରାଇନ୍ ଡ଼୍ରାଇଭ୍‌, କୋଣାର୍କ) 

ରୁଟ୍ ୫୮ ଏକ୍ସପ୍ରେସ: ଜଗତପୁର, କଟକ - ତାଳବଣିଆ ବସ୍ ଷ୍ଟାଣ୍ଡ୍‌

ରୁଟ୍ ୫୯ ଏକ୍ସପ୍ରେସ: ମହାନଦୀ ବିହାର, କଟକ - ତାଳବଣିଆ ବସ୍ ଷ୍ଟାଣ୍ଡ୍‌

 ଶ୍ରଦ୍ଧାଳୁମାନେ ପ୍ରଭୁ ଜଗନ୍ନାଥ ଧାମକୁ ଏସି ବସ୍ ଫ୍ଲାଟ୍ ୧୦୦ ଟଙ୍କା, ନନ୍ ଏସି ୮୦ ଟଙ୍କା, ସଟଲ୍ ବସ୍ ସେବା ଫ୍ଲାଟ୍ ୨୦ ଟଙ୍କା ଟିକେଟ୍ ମୂଲ୍ୟରେ ଯାତାୟତ କରିପାରିବେ ।

 ଏଇ(ଏୟାର୍‌ପୋର୍ଟ ଏକ୍ସପେସ୍‌)୧, ଏଇ୨, ୫୨, ୬୦ ଏବଂ ୬୧ ନମ୍ବର ରୁଟ୍ ଗୁଡ଼ିକରେ ୭ ରୁ ୯ ଜୁଲାଇ ଏବଂ ୧୫ରୁ ୧୭ ଜୁଲାଇ ପର୍ଯ୍ୟନ୍ତ କ୍ରୁଟ୍ ବସ୍ ସେବା ସ୍ଥଗିତ ରହିବ । କିନ୍ତୁ ୧୦ରୁ ୧୪ ତାରିଖ ମଧ୍ୟରେ ପୂର୍ବଭଳି ରୁଟ୍ ଗୁଡ଼ିକରେ ବସ୍ ଚାଲୁ ରହିବ ।

 ଏହାଦ୍ୱାରା ଶ୍ରଦ୍ଧାଳୁମାନେ ସୁବିଧାରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ । ଯାତ୍ରୀମାନଙ୍କ ଯାତାୟତ ନିମନ୍ତେ କ୍ରୁଟ୍ ବସ୍ ନିୟମିତ ବ୍ୟବଧାନରେ ଦିନ ତମାମ ଚାଲୁ ରହିବ । ଏହି ସ୍ୱତନ୍ତ୍ର ବସ୍ ସେବା ଏବଂ ସମୟ ସୂଚୀ ବିଷୟରେ କ୍ରୁଟ୍ ସାମାଜିକ ଗଣମାଧ୍ୟମରୁ ଅଧିକ ସୂଚନା ପାଇପାରିବେ ।

You Can Read:

ବିଦ୍ୟୁତ ଆଘାତରେ ସେଣ୍ଟ୍ରିଂ ମିସ୍ତ୍ରୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ


 

  • odisha
  • OdishaNews
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.