ଭୁବନେଶ୍ବର ୧୪।୬: ରିମାଣ୍ଡରେ ଆସିବେ ଆୟସ ଆୟୁଷ୍ମାନ ଗ୍ୟାଙ୍ଗ । ହାଇୱେ ଲୁଟେରାଙ୍କୁ ୩ ଦିନ ରିମାଣ୍ଡରେ ଆଣିବ ସ୍ପେଶାଲ ସ୍କ୍ୱାଡ୍ । ଲୁଟ୍ ଟଙ୍କାରେ ଗାର୍ଲଫ୍ରେଣ୍ଡ ସହ ମଉଜ କରୁଥିଲେ ଲୁଟେରା । ଲୁଟ୍ କରି ପଞ୍ଚତାରକା ହୋଟେଲରେ ଲାଭିସ ଲାଇଫ ସହ ବଞ୍ଚୁଥିଲେ । ବ୍ରାଣ୍ଡେଡ଼ ପୋଷାକ, ଜୋତା ସାଙ୍ଗକୁ ଚଢୁଥିଲେ ଲକ୍ଷାଧିକ ଟଙ୍କାର ଗାଡି । ଅଭିଯୁକ୍ତଙ୍କ ନାଁରେ କମିଶନରେଟ୍ ପୋଲିସରେ ରହିଛି ୨୪ଟି ମାମଲା । ଅଧିକ ତଥ୍ୟ ପାଇଁ ଭଦ୍ରକ, ଅନୁଗୁଳ, ପୁରୀ , ଗଞ୍ଜାମ ପୋଲିସ ସହ ଯୋଗାଯୋଗ ହୋଇଛି । ରିମାଣ୍ଡ ସମୟରେ ରିସିଭରଙ୍କ ସମ୍ପର୍କରେ ମିଳିପାରେ ଅଧିକ ସୂଚନା । ଚୋରା ସୁନା କିଣୁଥିବା ବଣିଆଙ୍କୁ ମଧ୍ୟ ସ୍କାନରକୁ ନେଇଛି ପୋଲିସ । ଅଭିଯୁକ୍ତଙ୍କ ଠାରୁ ଗତକାଲି ୪୦ ଟି ସୁନାଚେନ, ୨ ଲକ୍ଷ ଟଙ୍କା, ୫ଟି ମୋବାଇଲ ଜବତ କରାଯାଇଥିଲା ।
ଭୁବନେଶ୍ୱର କମିଶନରେଟ୍ ପୋଲିସ କବଜାରେ ଦୁର୍ଦ୍ଦାନ୍ତ ହାଇୱେ ଲୁଟେରା ଗ୍ୟାଙ୍ଗ୍ । ଲୁଟେରା ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଥିଲା ସ୍ପେଶାଲ ସ୍କ୍ୱାଡ୍ । ଗ୍ୟାଙ୍ଗ୍ର ମୁଖ୍ୟ ଆୟୁଷ୍ମାନ ଓ ଆୟସ । ଜଟଣୀରେ ରହି ଭୁବନେଶ୍ୱରରେ ଅପରେସନ କରୁଥିଲେ ଏହି ଗ୍ୟାଙ୍ଗ୍ । ହାଇୱେରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ । ବିଶେଷ କରି ମହିଳାମାନଙ୍କୁ ଅଧିକ ଟାର୍ଗେଟ କରୁଥିଲେ ଏହି ଲୁଟେରା । କେବଳ ସୁନା ଚେନ୍ ଲୁଟନ୍ତି ଏହି ଗ୍ୟାଙ୍ଗ । ଏମାନଙ୍କ ପାଖରୁ ୪୦ଟି ସୁନା ଚେନ ଜବତ ହୋଇଥିଲା । ଯାହାର ଓଜନ ୪ଶହ ଗ୍ରାମ ହେବ ବୋଲି ସୂଚନା ଦେଇଥିଲେ ପୋଲିସ କମିସନର । ଏହାସହ ଅଭିଯୁକ୍ତଙ୍କ ନିକଟରୁ ୨ ଲକ୍ଷ ଟଙ୍କା, ୪ଟି ସ୍ପିଡ଼ ବାଇକ ଜବତ ହୋଇଥିଲା । ଭୁବନେଶ୍ୱରରୁ ଭଦ୍ରକ, ଭୁବନେଶ୍ୱର ଗଞ୍ଜାମ, ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ଏମାନେ ଗୋଡ଼ାଇ ଗୋଡ଼ାଇ ଲୁଟ୍ କରନ୍ତି ।
ଗତ ୪ ମାସ ହେବ ଭୁବନେଶ୍ୱରରେ ଏମାନେ ଲୁଟପାଟ କରୁଥିଲେ । ଗ୍ୟାଙ୍ଗ ନାମରେ ମୋଟ ୨୪ଟି କେସ ରହିଛି । ଏମାନେ ପୂର୍ବରୁ ଗିରଫ ହୋଇ ଜେଲ୍ ଯାଇଥିଲେ । ଜେଲରେ ଗ୍ୟାଙ୍ଗ କରି ଲୁଟ୍ର ଯୋଜନା କରିଥିଲେ । ଲୁଟ୍ ପରେ ନିଜର ଚେନ୍ କହି, ସୁନାକୁ ବନ୍ଧା ପକାଇ ଟଙ୍କା ଆଣୁଥିଲେ । ସେହି ଟଙ୍କାରେ ଦାମୀ ସାର୍ଟ ପ୍ୟାଣ୍ଟ, ଜୋତା କିଣୁଥିଲେ । ହୋଟେଲରେ ରହୁଥିଲେ । ଗାର୍ଲଫ୍ରେଣ୍ଡ ପଛରେ ଟଙ୍କା ଉଡାଉଥିଲେ । ସୋସିଆଲ ମିଡ଼ିଆରେ ଆକ୍ଟିଭ ଥିଲେ । ଅଭିଯୁକ୍ତ ମାନଙ୍କ ନାମରେ ବ୍ରହ୍ମପୁର, ଖୋର୍ଦ୍ଧା, ଗଞ୍ଜାମ ଓ ପୁରୀରେ ମାମଲା ରହିଛି । ଲୁଟ୍ ପରେ ଗାଡି ସହ ନମ୍ବର ପ୍ଲେଟ୍ ଚେଞ୍ଜ କରୁଥିଲେ ଏହି ଗ୍ୟାଙ୍ଗ ।
You Can Read :
ଜବତ ବୋମା ନିଷ୍କ୍ରିୟ କଲା ବେଳେ ବିସ୍ଫୋରଣ, ହାବିଲଦାରଙ୍କ ମୃତ୍ୟୁ