ଭୁବନେଶ୍ବର ୨୯।୫: ଅସହ୍ୟ ଖରା, ଗୁଳୁଗୁଳି ନେଇ ସତର୍କ କରାଇଲେ ସ୍ବତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ । ସ୍ବାସ୍ଥ୍ୟ ସଚିବ ଏବଂ ସବୁ ଜିଲ୍ଲାପାଳଙ୍କୁ ଏସ୍ଆର୍ସି ଚିଠି ଲେଖିଛନ୍ତି । ଅଂଶୁଘାତ ମୁକାବିଲା ଲାଗି ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ସତର୍କତା ଜାରି କରାଯାଇଛି । ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ୨ରୁ ୩ଡିଗ୍ରୀ ବଢ଼ିବ ତାତି । ଖରା ପାଇଁ ସବୁ ଡାକ୍ତରଖାନାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । CHC/PHC, ଉପଖଣ୍ଡ ଏବଂ ଜିଲ୍ଲା ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି । ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି ।
You Can Read :
‘ମୁଁ କାହାକୁ କେବେ ଅସମ୍ମାନ କରିନାହିଁ, ମୋ ଅସମ୍ମାନର ଉଚିତ ଜବାବ ଓଡିଶାବାସୀ ଦେବେ’ : ନବୀନ