ମହାକୁମ୍ଭ ମେଳାରେ ପ୍ରଦୂଷିତ ଜଳ ବିବାଦ: ରବି ଶଙ୍କର କହିଲେ, ଗଙ୍ଗା ଜଳରେ ବ୍ୟାକ୍ଟେରିଆ ବଢ଼େନି

Published By : Prameya-News7 Bureau | February 27, 2025 IST

indiatoday

ନୂଆଦିଲ୍ଲୀ: ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ମହାକୁମ୍ଭମେଳା ଗତ ବୁଧବାର ଶେଷ ହୋଇଛି। ଏଥରେ ୬୪ କୋଟି ଶ୍ରଦ୍ଧାଳୁ ସଂଗମ ସ୍ଥଳରେ ବୁଡ଼ ପକାଇଛନ୍ତି। ଯାହା ଗିନିଜ ବୁକ୍ ଅଫ୍‌ ରେକର୍ଡରେ ସ୍ଥାନ ପଇଛି। ପ୍ରୟାଗରାଜର ଦୂଷିତ ଜଳ ନେଇ ଅନେକ ବିବାଦ ହୋଇଥିଲା। ଜଳରେ ଫେକାଲ କୋଲିଫର୍ମ ବ୍ୟାକ୍ଟେରିଆ ଥିବା ଅଭିଯୋଗ ହୋଇଥିଲା।

ବ୍ୟାକ୍ଟେରିଆ ବିବାଦ ଉପରେ ପ୍ରତିକ୍ରିୟା ରଖିଛନ୍ତି ଧର୍ମଗୁରୁ ଶ୍ରୀ ଶ୍ରୀ ରବି ଶଙ୍କର। ଗଙ୍ଗା ଜଳରେ ବ୍ୟାକ୍ଟେରିଆ ବଢ଼େ ନାହିଁ ବୈଜ୍ଞାନିକ ପ୍ରମାଣ ରହିଛି ବୋଲି ରବିଶଙ୍କର କହିଛନ୍ତି। ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେକୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ରବିଶଙ୍କର। 

ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ଆସ୍ଥା ନେଇ ସେ କହିଛନ୍ତି ଯେ ମୁଁ କେବଳ ୩ଟି ଜିନିଷ ଦେଖିଲି ଯାହା କୋଟି କୋଟି ଭକ୍ତଙ୍କୁ କୁମ୍ଭମେଳାକୁ ବାଟ କଢ଼ାଇ ନେଲା। ସେହି ୩ ଜିନିଷ ହେଲା ବିଶ୍ୱାସ ବିଶ୍ୱାସ ବିଶ୍ୱାସ୍। ଏହି ପର୍ବ ପ୍ରତି ଭାରତୀୟଙ୍କ ମାନସିକାତରେ ଗଭୀର ଭାବରେ ଜଡ଼ିତ ରହିଛି ବୋଲି ରବି ଶଙ୍କର କହିଛନ୍ତି। କୁମ୍ଭ ମେଳାରେ ବୁଡ଼ ପକାଇ ବ୍ୟକ୍ତି ତାର ଚେତାନାର ଉତ୍ଥାନ କରେ ବୋଲି ସେ କହିଛନ୍ତି।

ପଢ଼ନ୍ତୁ-  ସାମ୍ନାକୁ ଆସିଲା ବିଶ୍ୱବ୍ୟାଙ୍କ ପ୍ରସ୍ତୁତ ଗରିବ ଦେଶଙ୍କ ସୂଚୀ, ଜାଣନ୍ତୁ ଟପ୍-୧୦ରେ ସବୁ କିଏ?

କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ରିପୋର୍ଟ ଦେଇଥିଲା ଯେ ଗଙ୍ଗା ନଦୀରେ ଫେକାଲ କୋଲିଫର୍ମ ବ୍ୟାକ୍ଟେରିଆଙ୍କ ସଂଖ୍ୟା ଚିନ୍ତାଜନକ ଭାବେ ବଢ଼ିଛି। ଯାହାକୁ ନେଇ ବିବାଦ ହୋଇଥିଲା। ଏହାକୁ ନେଇ ରବିଶଙ୍କର କହିଛନ୍ତି ଗଙ୍ଗା ନଦୀ ଜଳରେ ସ୍ୱତଃ ଶୁଦ୍ଧିକରଣର କ୍ଷମତା ରହିଛି। ବୈଜ୍ଞାନିକ ଗବେଷଣା ଦର୍ଶାଇ ରବି ଶଙ୍କର କହିଛନ୍ତି ଯେ ବୈଜ୍ଞାନିକମାନେ ଗବେଷଣା କରି ପାଇଛନ୍ତି ଯେ ଏହି ପାଣି ସବୁଠାରୁ ଉତ୍ତମ ଜଳସ୍ରୋତ। ଏଥିରେ ସ୍ୱତଃ ଶୁଦ୍ଧିକରଣର କ୍ଷମତା ରହିଛି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.