ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ, ବିଜେଡିର ପ୍ରତି ନେତା ଏବେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ

Published By : Prameya-News7 Bureau | October 31, 2024 IST

ଭୁବନେଶ୍ବର ୩୧।୧୦: ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ । କହିଲେ, ମୋର ସନ୍ଦେହ ହେଉଛି ୨୯ ପର୍ଯ୍ୟନ୍ତ ବିଜେଡି ରହିବ ନାହିଁ । ବରିଷ୍ଠ ବିଧାୟକ, ବିଜେପି ବିଜେଡିର ଆୟୁଷ ବହୁତ କ୍ଷୀଣ । ବିଜେଡିର ପ୍ରତି ନେତା ଏବେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ । ଆମ ସହ ଯୋଗାଯୋଗ ବେଳେ ବହୁତ ନେତା ଦଳର ସ୍ଥିତିକୁ ଦେଖି ନିଜ ଭବିଷ୍ୟତ ଲାଗି ଚିନ୍ତାରେ ପଡିଥିବା କହୁଛନ୍ତି । ବିଜେଡିରେ ନେତୃତ୍ୱ ସଙ୍କଟ ଦେଖାଦେଇଛି । କିଏ ଲିଡ଼୍ କରିବ କିଏ ନେତୃତ୍ୱ ନେବ ଏସବୁ ବିଜେଡି ନେତା ମାନେ ଚିନ୍ତିତ । ବିଜେଡିର ଅସ୍ତିତ୍ୱ ପ୍ରତି ସନ୍ଧେହ ଜାତ ହେଉଛି । 

ନବୀନ ବାବୁ ତାଙ୍କ ନେତା କିନ୍ତୁ ମୁଖ୍ୟମନ୍ତ୍ରୀ ଆସନ ପାଣ୍ଡିଆନଙ୍କୁ ଲିଜ୍‌ରେ ଦେଇ ଦେଇଥିଲେ ସେଥିପାଇଁ ଇଏ ପରିସ୍ଥିତି । ତଥାପି ପାଣ୍ଡିଆନଙ୍କୁ ଛାଡ଼ି ନବୀନ ରହିପାରୁ ନାହାନ୍ତି । ତାଙ୍କ ଭିତରେ କ’ଣ ବାୟୋଲୋଜି ଓ କେମେଷ୍ଟ୍ରି କ’ଣ ଅଛି କେଜାଣି । ଏବେବି ସବୁବେଳେ ନବୀନ ନିବାସରେ ରହୁଛନ୍ତି ଭି.କେ. ପାଣ୍ଡିଆନ । ମୁନ୍ନା ତ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି । କୁଆଡ଼େ ଯିବେ ଚିନ୍ତା କରୁଛନ୍ତି । ତେଣୁ ମୁନ୍ନା କ’ଣ ବା କହିବେ ।

୧୪ ଜଣ ଗଲେ ତାଙ୍କର ଟୁ-ଥାର୍ଡ ହେଉଛି କି ? ଯିଏ କହୁଛନ୍ତି ଏମିତି ତାଙ୍କୁ ଗଣିତ ଜଣାନାହିଁ । ଦଳ ବଦଳ ପାଇଁ ଅତି କମ୍‌ରେ ଟୁ-ଥାର୍ଡ ମେଜରିଟି ହେବା କଥା । ଯିଏ ରାଜନୀତି ଗଣିତ ବୁଝିନାହିଁ ସେ ଏମିତି ସବୁ କୁହନ୍ତି । କ’ଣ ଗୋଟେ କହିବା ପାଇଁ ଏସବୁ ବିଜେଡି ନେତା କହୁଛନ୍ତି । 

ବିଜେଡି ହେଉଛି ଗୋଟେ ଦାସତ୍ୱ ପାର୍ଟି । ସେ ଦଳର ନେତା ମାନେ ଜରି ପକାଇବା, ଚେୟାର ବୋହିବା କାମ କରିବା ଲୋକ ତାହା ନକରି କାହିଁକି ରାଜନୈତିକ ବିବୃତି ଦେଉଛନ୍ତି ବୋଲି ଜୟନାରାୟଣ କହିଛନ୍ତି ।

You Can Read:

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ : ଯୁବତୀଙ୍କ ମୃତ୍ୟୁ, ଡ୍ରାଇଭର ଗୁରୁତର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.