କଟକରୁ ଠାବ ହୋଇଥିବା ବାଂଲାଦେଶୀ ନାବାଳିକା ଏବେ ସୁସ୍ଥ, ହସ୍ତାନ୍ତର ପାଇଁ ନିଆଯାଉଛି ପଦକ୍ଷେପ

Published By : Prameya-News7 Bureau | November 23, 2024 IST

Breaking_2

କଟକ ୨୩।୧୧: କଟକ ମଧୁପାଟଣା ଅଞ୍ଚଳରୁ ଜଣେ ବାଂଲାଦେଶୀ ନାବାଳିକାଙ୍କୁ ଉଦ୍ଧାର କରିଛି ପୋଲିସ । ତାଙ୍କୁ କିଏ ଏଠାକୁ ଆଣିଲା ଏବଂ କେଉଁ ପରିସ୍ଥିତିରେ ସେ କଟକ ପହଞ୍ଚିଲେ । ତାର ତଦନ୍ତ ଚାଲିଛି, ହେଲେ ପୋଲିସ ପକ୍ଷରୁ ଏଯାଏଁ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦିଆଯାଇନାହିଁ । କିନ୍ତୁ କଟକ ଶିଶୁ ମଙ୍ଗଳ ସମିତି ଅଧକ୍ଷ କହିଛନ୍ତି, ନାବାଳିକାଙ୍କ ବୟସ ପାଖାପାଖି ୧୭ ହେବ । ସେ ରୋଜଗାର ପାଇଁ ଭିଟାମାଟି ଛାଡିଥିଲେ ଏବଂ ଫେସବୁକ ଜରିଆରେ ଜଣେ ଯୁବକଙ୍କ ସହ ପରିଚିତ ହେବା ପରେ ସେ ଭାରତ ଆସିଛନ୍ତି । ପ୍ରଥମେ ତାଙ୍କୁ କୋଲକତା ପରେ ଭୁବନେଶ୍ୱରରେ ରହିବାକୁ ପଡିଥିଲା । ରୋଜଗାର ଲାଗି ତାଙ୍କୁ ଏକ ମସାଜ ସେଣ୍ଟରେ ଅବସ୍ଥାପିତ କରିଥିଲେ କିଛି ଯୁବକ । ସେ କଟକ ଉପକଣ୍ଠ ଗୋପାଳପୁର ଠାରେ ରହୁଥିଲେ । ତେବେ ସେ କାହିଁକି ଗୋପାଳପୁର ଛାଡିଲେ, ତାହା ଏବେବି ଅସ୍ପଷ୍ଟ । ନାବାଳିକା ଜଣଙ୍କୁ ଡାକ୍ତରୀ ଚିକିତ୍ସା କରାଯିବା ପରେ, ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ଏବଂ ସେ କଟକର ବସୁନ୍ଧରାରେ ରହୁଛନ୍ତି । କିନ୍ତୁ ସନ୍ଦେହ କରାଯାଉଛି ଯେ, ନାବାଳିକା ଜଣଙ୍କୁ କୌଣସି ଅନୈତିକ କାର୍ଯ୍ୟ ପାଇଁ ବାଧ୍ୟ କରାଯାଇନାହିଁ ତ ? ଯେହେତୁ ସେ ବାଂଲାଦେଶୀ ବୋଲି କହୁଛନ୍ତୁ, 

ତେଣୁ ଦୂତବାସ ସହ ଯୋଗାଯୋଗ କରିବା ଲାଗି ଜିଲ୍ଲାପାଳଙ୍କୁ ଜଣାଇଛି ସିଡବ୍ଲ୍ୟୁସି । ପୋଲିସ ଘଟଣାର ଅଧିକ ତଦନ୍ତ କରିବା ଲାଗି ମଧ୍ୟ ସିଡବ୍ଲୁସି ପକ୍ଷରୁ ନିର୍ଦ୍ଦେଶ ହୋଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଏହା ଏକ ପ୍ରକାର ସ୍ପଷ୍ଟ ହେଉଛି ଯେ, ରାଜ୍ୟରେ ଏବେ ଯୁବତୀ ଚାଲାଣକାରୀ ରକେଟ୍ ସକ୍ରିୟ ହୋଇ ଉଠିଛନ୍ତି । କିନ୍ତୁ ମାମଲା ଯେହେତୁ ବିଦେଶ ସହ ଜଡିତ, ତେଣୁ ପୋଲିସ ଏବଂ ପ୍ରଶାସନକୁ ଖୁବ୍‌ ସତର୍କତା ସହ କାମ କରିବାକୁ ହେବ । କାରଣ ସୂଚନା ମିଳୁଛି ଯେ, ସମ୍ପୃକ୍ତ ନାବାଳିକାଙ୍କ ସହ ପ୍ରାୟ ୫ ଜଣ ବାଂଲାଦେଶୀ ଯୁବତୀ ସୀମା ପାର ହୋଇ ଭାରତ ଆସିଛନ୍ତି ଏବଂ ସେମାନଙ୍କୁ ବିଭିନ୍ନ ଅନୈତିକ କାର୍ଯ୍ୟରେ ନିୟୋଜିତ କରିଛନ୍ତି କିଛି ମାନବ ଚାଲାଣକାରୀ ଦଲାଲ ।

You Can Read:

ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ସାରା ଅଞ୍ଚଳ, ଭୟରେ ଘରୁ ବାହାରି ଆସିଲେ ଲୋକେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.