ଶାହରୁଖଙ୍କ ‘ଯବାନ’କୁ ମାତ୍ ଦେଲା ସ୍ତ୍ରୀ ୨, ୬୦୦ କୋଟି କ୍ଲବରେ କରିବ ଏଣ୍ଟ୍ରି ?

Published By : Prameya-News7 Bureau | September 18, 2024 IST

ମୁମ୍ବାଇ: ଶ୍ରଦ୍ଧା କପୁର ଓ ରାଜକୁମାର ରାଓଙ୍କ ହରର ଫିଲ୍ମ ସ୍ତ୍ରୀ ୨ର ଜଲଓ୍ଵା ରିଲିଜ୍ ହେବାର ମାସେ ପରେ ବି ଜାରି ରହିଛି। ଫିଲ୍ମଟି ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ନିଜ ନାମରେ ନୂଆ କୀର୍ତ୍ତିମାନ ଯୋଡ଼ି ଚାଲିଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ ସ୍ତ୍ରୀ ୨ ଶାହରୁଖ ଖାନଙ୍କ ବ୍ଲକବଷ୍ଟର ଫିଲ୍ମ ଯବାନକୁ ପଛରେ ପକାଇ ଦେଇଛି। କେବଳ ଏତିକି ନୁହେଁ ଏହି ହରର ଫିଲ୍ମ ଶୀଘ୍ର ୬୦୦ କୋଟିର ନୂତନ କ୍ଲବ ଆରମ୍ଭ କରିପାରେ। ବର୍ତ୍ତମାନ ଫିଲ୍ମଟି ହିନ୍ଦୀ ଭାଷାରେ ସବୁଠୁ ଅଧିକ ଆୟ କରିବାରେ ଇତିହାସ ରଚିଛି। 

ଶ୍ରଦ୍ଧା କପୁର ଓ ରାଜକୁମାର ରାଓଙ୍କ ଅଭିନୀତ ଫିଲ୍ମ ଶୁକ୍ରବାର ୩.୬୦ କୋଟି, ଶନିବାର ୫.୫୫ କୋଟି, ରବିବାର ୬.୮୫ କୋଟି, ସୋମବାର ୩.୧୭ କୋଟି ଏବଂ ମଙ୍ଗଳବାର ୨.୬୫ କୋଟି ଟଙ୍କାର ବକ୍ସ ଅଫିସ୍ କଲେକ୍ସନ କରିଥିଲା। ପଞ୍ଚମ ସପ୍ତାହରେ ଫିଲ୍ମର ଆୟକୁ ମିଶାଇ ଏ ପର୍ଯ୍ୟନ୍ତ ୫୮୬ କୋଟି ଟଙ୍କାରେ ପହଞ୍ଚିଛି। 

ବଲିଉଡର କିଙ୍ଗ ଖାନଙ୍କ ଫିଲ୍ମ ଯବାନ ହିନ୍ଦୀ ଭାଷାରେ ୫୮୨.୩୧ କୋଟି ଟଙ୍କାର ଆୟ କରିଥିଲା। ତାମିଲରେ ୩୦.୦୮ କୋଟି ଓ ତେଲୁଗୁରେ ୨୭.୮୬  କୋଟି ଟଙ୍କାର ଆୟ କରିଥିଲା। ଏହିପରି  ସ୍ତ୍ରୀ ୨ ହିନ୍ଦୀ ଭାଷାରେ ସବୁଠୁ ଅଧିକ ଆୟକାରୀ ଫିଲ୍ମ ହେବାର ରେକର୍ଡ କରିଛି। 

ସ୍ତ୍ରୀ ୨ ଫିଲ୍ମ ୬୦୦ କୋଟିଠୁ ଆଉ କେଇ ପାଦ ଦୂରରେ ରହିଛି। ଯଦି ଫିଲ୍ମ ଏହି ସଫଳତା ହାସଲ କରେ ତେବେ ହିନ୍ଦୀ ଚଳଚ୍ଚିତ୍ର ଇତିହାସରେ ୬୦୦ କୋଟି ଆୟ କରିବାରେ ପ୍ରଥମ ଫିଲ୍ମ ହେବ। ଏ ପର୍ଯ୍ୟନ୍ତ କୌଣସି ହିନ୍ଦୀ ଫିଲ୍ମର କଲେକ୍ସନ ୬୦୦ କୋଟି ଛୁଇଁ ନାହିଁ। ଏହା ପୂର୍ବରୁ ସ୍ତ୍ରୀ ୨ ରଣବୀର କପୁରଙ୍କ ଏନିମଲ ଏବଂ ସନି ଦେଓଲଙ୍କ ଗଦର ୨ର ରେକର୍ଡ ଭାଙ୍ଗିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.