ଭୁବନେଶ୍ବର ୧୯।୭: ଅଫିସରଙ୍କୁ କଡ଼ା ଚେତାବନୀ ଦେଲେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ । ସେ କହିଛନ୍ତି, ପ୍ରଦର୍ଶନ ଆଧାରରେ ରାଜସ୍ୱ ଅଧିକାରୀଙ୍କର ଲେଖାଯିବ ସିସିଆର । ପ୍ରଦର୍ଶନକୁ ୧ରୁ ୫ ଭିତରେ ରେଟିଂ କରାଯାଇଛି । AI ଜରିଆରେ ଅଫିସରଙ୍କ କାର୍ଯ୍ୟର ତର୍ଜମା କରାଯିବ । ପ୍ରମୋସନ ପାଇଁ ରାତି ଅଧିଆ କାମ କି ଧରାଧରି ଚଳିବ ନାହିଁ । ଭଲ ପ୍ରଦର୍ଶନ କଲେ ପ୍ରମୋସନ ଦିଆଯିବ ବୋଲି ନିବନ୍ଧନ ଅଧିକାରୀଙ୍କ କର୍ମଶାଳାରେ କହିଛନ୍ତି ଦେଓ ରଞ୍ଜନ ସିଂ । ଏହାସହ ରେଜିଷ୍ଟ୍ରର ଅଫିସରେ କେମିତି କାମ ହୁଏ ତାହାର ପୋଲ୍ ଖୋଲିଲେ ଦେଓ ରଞ୍ଜନ ସିଂ । ସେ କହିଛନ୍ତି, ଆମ ଅଫିସର ମାନଙ୍କ ମଧ୍ୟରେ ଗୋଟିଏ ଧାରଣା ଅଛି ଆମେ ବହୁତ ଭଲ କାମ କରୁଛୁ । କିନ୍ତୁ ଜନ ସାଧାରଣଙ୍କ ଫିଡ଼ ବ୍ୟାକ୍ ବହୁତ ଖରାପ । ଲୋକଙ୍କ କହିବା କଥା ଯଦି କାହାକୁ ଧରିବେ ନାହିଁ କି ଆର ଜିନିଷଟା ଦେବେ ନାହିଁ ତେବେ ଜୋତା ଘଷି ହୋଇଗଲେ ବି କେହି ଶୁଣିବେ ନାହିଁ । ଯଦି ଏହି ଦୁଇଟି ଜିନିଷ କରିଦେଲେ ତେବେ ଘରେ ବସିଥିଲେ ରେଜିଷ୍ଟ୍ରେସନ ହୋଇଯିବ । ଇଏ ହେଉଛି ରେଜିଷ୍ଟ୍ରାର ଅଫିସର କଥା । ଯାହାକି ଅର୍ଦ୍ଧ ସତ୍ୟ ନୁହେଁ ପୂର୍ଣ୍ଣ ସତ୍ୟ ମୁଁ କହୁଛି । ତେଣୁ ରାଜସ୍ୱ ଅଧିକାରୀ ନିଜ କାର୍ଯ୍ୟରେ ସୁଧାର ଆଣନ୍ତୁ । ଅଫିସ୍କୁ ଠିକ୍ ସମୟରେ ଆସନ୍ତୁ । ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦିଅନ୍ତୁ ବୋଲି ସେ କହିଛନ୍ତି ।
You Can Read:
ଜଙ୍ଗଲରୁ ମିଳିଲା ମହିଳାଙ୍କ ଅଧାପୋତା ମୃତଦେହ, ହତ୍ୟା ସନ୍ଦେହରେ ସ୍ବାମୀ ଅଟକ