କାହ୍ନାକୁଣ୍ଡରେ ଛାତ୍ର ନିଖୋଜ, ଗାଧୋଇବା ବେଳେ ଭାସିଗଲେ

NEWS7
strike-against-osssc-corruption-at-lower-pmg-bhubaneswer

ସୁନ୍ଦରଗଡ଼: କାହ୍ନାକୁଣ୍ଡରେ ନିଖୋଜ ଛାତ୍ର।ତଲସରା ଥାନା ଅନ୍ତର୍ଗତ ବାଲିଶଙ୍କରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କାହ୍ନାକୁଣ୍ଡରେ ଜଣେ ଛାତ୍ର ନିଖୋଜ ହୋଇ ଯାଇଛନ୍ତି। ପୋଲିସ ସୂଚନା ଅନୁଯାୟୀ ଆଜି ରାଉରକେଲା ସ୍ଥିତ ଏନଆଇଟିରେ ପଢ଼ୁଥିବା ୫ ଜଣ ସାଙ୍ଗ ମିଶି ଏକ କାରରେ କାହ୍ନାକୁଣ୍ଡକୁ ଭୋଜି ପାଇଁ ଆସିଥିଲେ। ଦିପେଶ ପ୍ରଧାନ ନଦୀରେ ସାଙ୍ଗଙ୍କ ସହିତ ଗାଧୋଇବା ସମୟରେ ପାଣିରେ ଭାସିଯାଇଥିଲେ। ପାଣିର ବେଗ ଅତ୍ୟଧିକ ଥିବାରୁ ସେ ନିଖୋଜ ହୋଇଯାଇଥିଲେ।

ଘଟଣାର ସୂଚନା ପାଇ ପୋଲିସ ଓ ବାଲିଶଙ୍କରା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। ସନ୍ଧ୍ୟା ହୋଇଯିବା ଓ ଆଲୋକ ବ୍ୟବସ୍ଥା ନଥିବାରୁ ଖୋଜାଖୋଜି ବନ୍ଦ ରହିଛି । ନଦୀରେ ପ୍ରାୟ ୬ କିଲୋମିଟର ପର୍ଯ୍ୟନ୍ତ ଖୋଜାଖୋଜି ହେଲେ ମଧ୍ୟ ଦିପେଶଙ୍କ କୌଣସ ପତ୍ତା ମିଳିନଥିଲ।