ଦୋଷୀଙ୍କ ବିରୋଧରେ ହେଉନି ଆକ୍ସନ, ଆମରଣ ଅନଶନରେ ବସିଲେ ଓଡ଼ିଶା ସୂଚନା ଅଧିକାର ଅଭିଯାନର କର୍ମକର୍ତ୍ତା

Published By : Prameya-News7 Bureau | July 18, 2024 IST

ଭଦ୍ରକ /୭: ଅଭିଯୋଗ ପରେ ତଦନ୍ତ ହୋଇଛି । କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ମଧ୍ୟ ହୋଇଛି । କିନ୍ତୁ ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି । ପ୍ରତିବାଦରେ ଆମରଣ ଅନଶନରେ ବସିଛନ୍ତି ଓଡ଼ିଶା ସୂଚନା ଅଧିକାର ଅଭିଯାନର କର୍ମକର୍ତ୍ତା । ପୁରା ଘଟଣାଟି ହେଉଛି, ଭଦ୍ରକ ବ୍ଲକ ଶିକ୍ଷାଅଧିକାରୀଙ୍କ ଅଧୀନ ବଙ୍କ ୟୁଜି ଏମ୍‌ଇ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ଦୁର୍ନୀତି ଅଭିଯୋଗ ଆସିବା ପରେ ତଦନ୍ତ ନିର୍ଦ୍ଦେଶ ହୋଇଥିଲା । ତଦନ୍ତ ପରେ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଥିଲା । ଏବେ କାର୍ଯ୍ୟାନୁଷ୍ଠାନ ନିଆ ନଯିବା ପ୍ରତିବାଦରେ ଶିକ୍ଷା ଅଧିକାରୀଙ୍କ ଅଫିସ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ଓଡିଶା ସୂଚନା ଅଧିକାର ଅଭିଯାନର କର୍ମକର୍ତ୍ତା । ଏ ସଂପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିନି

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.